ୟୁକ୍ରେନ ଯୁଦ୍ଧର ପ୍ରଭାବ, ୫୩ ହଜାର ଅତିକ୍ରମ କଲା ସୁନା ଦାମ୍
ନୂଆଦିଲ୍ଲୀ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାର ପ୍ରଭାବ ଯୋଗୁଁ ସୁନା ଓ ରୁପାର ଦର ମଧ୍ୟ ବଢ଼ିବାରେ ଲାଗିଛି । ୧୦ ଗ୍ରାମ ସୁନା ଦର ୫୩ ହଜାର ଅତିକ୍ରମ କରିଥିବା କରିଥିବାବେଳେ ରୁପା କେଜି ପିଛା ୭୦ ହଜାରରେ ପହଞ୍ଚିଛି ।
ସୂନାର ଦାମ ପ୍ରାୟ ୧୫୦୦ ଟଙ୍କା ବଢ଼ିଛି । ରୁପା ବି ୨୦୦୦ ଟଙ୍କା ବଢ଼ିଛି । ରିପୋର୍ଟ ଅନୁସାରେ, ୯୯୯ ଶୁଦ୍ଧତା ବିଶିଷ୍ଟ ୧୦ ଗ୍ରାମ ସୁନା ୫୩୨୩୪ ଟଙ୍କାରେ ବିକ୍ରି ହେଉଛି । ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ୫୩୦୨୧, ୯୧୬ ଶୁଦ୍ଧତା ସୁନା ୪୮୭୬୨ରେ ବିକ୍ରି ହେଉଛି । ସେହିପରି ୭୫୦ ଶୁଦ୍ଧତା ବିଶିଷ୍ଟ ସୁନା ୩୯୯୨୬ଟଙ୍କା, ୫୮୫ ଶୁଦ୍ଧତା ବିଶିଷ୍ଟ ସୁନା ୩୧୧୪୨ରେ ବିକ୍ରି ହେଉଛି । ସେହିପରି ରୁପାର ଦାମ ୬୯୯୨୦ରେ ପହଁଚିଛି ।
ସୂଚନା ଯେ, ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ହୁଏ, ତେବେ ସୁନା ମୂଲ୍ୟ ମଧ୍ୟ ଆହୁରି ବଢିବ । ସୁନା ଶୀଘ୍ର ୧୦ ଗ୍ରାମ ପ୍ରତି ୬୦,୦୦୦ ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି । ଯୁଦ୍ଧ ମଧ୍ୟରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ମହଙ୍ଗା ହେବାରେ ଲାଗିଛି ବିଭିନ୍ନ ଜିନିଷ । ଏହି କାରଣରୁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦରଦାମକୁ ନିୟନ୍ତ୍ରଣ କରିବାକୁ ସୁଧ ହାର ବୃଦ୍ଧି କରିପାରନ୍ତି । ତେଣୁ କୁହାଯାଉଛି ଯେ, ଆରବିଆଇ ମଧ୍ୟ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ । ଏହାର ପ୍ରଭାବ ସେୟାର ମାର୍କେଟରେ ପଡ଼ିବ । ନିବେଶକମାନେ ସେମାନଙ୍କ ନିବେଶକୁ ବଞ୍ଚାଇବା ପାଇଁ ସୁନାର ସାହାରା ନେବେ । ଏଭଳି ପରିସ୍ଥିତିରେ ସୁନାର ଚାହିଦା ମଧ୍ୟ ବୃଦ୍ଧଇ ପାଇବ ଯେଉଁଥିପାଇଁ ସୁନାର ମୂଲ୍ୟ ବୃଦ୍ଧି ହେବ । ଯେତେବେଳେ ବିଶ୍ୱ ବଜାରରେ ସେୟାର ମାର୍କେଟ ଖସିବ ସେତେବେଳେ ଯୁଦ୍ଧ ହେତୁ ବିପଦକୁ ଏଡାଇବା ପାଇଁ ନିବେଶକମାନେ ସୁନାରେ ବିନିଯୋଗ କରିବେ ।
