ଅନୁପମ୍ ଖେରଙ୍କ ଟ୍ରାନ୍ସଫରମେସନ୍ ଲୁକ, ପରିବର୍ତ୍ତନ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ
ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ତାଙ୍କ ୬୭ତମ ଜନ୍ମ ଦିବସ ପାଳନ କରୁଛନ୍ତି । ଜନ୍ମଦନି ଅବସରରେ ଏକ ପୋଷ୍ଟ ସେୟାର କରି ଅନୁପମ ଖେର ତାଙ୍କର ଟ୍ରାନ୍ସଫରମେସନ୍ ଲୁକ ଦେଖାଇଛନ୍ତି । ପ୍ରଂଶସକ ଅନୁପମଙ୍କ ଜବରଦସ୍ତ ଟ୍ରାନ୍ସଫର୍ମେସନ୍ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ଏହାସହ ନିଜକୁ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଏହାକୁ ନେଇ ସେ କହିଛନ୍ତି କି ସେ ପୂର୍ବରୁ ଏହି ଟ୍ରାନ୍ସଫରମେସନର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏବଂ ଧିରେ ଧିରେ ଏହାକୁ ନେଇ କାମ କରି ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥିଲି । ଅନୁପମ ଖେରଙ୍କ ଏହି ଷ୍ଟାଇଲ ଦେଖି ତାଙ୍କ ପ୍ରଂଶସକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିପଡ଼ିଛନ୍ତି । ଅନୁପମ ଫଟୋ ସେୟାର କରି ଲେଖିଛନ୍ତିଯେ, ‘ମୋତେ ମୋ ଜନ୍ମଦିନର ଶୁଭେଚ୍ଛା । ଆଜି ମୁଁ ମୋର ୬୭ବର୍ଷରେ ପାଦ ରଖିଛି ।
