ଆଜିଠୁ କଟକ ଏସସିବିରେ ଆରମ୍ଭ ହେବ ଇକ୍ମୋ ଚିକିତ୍ସା
ଭୁବନେଶ୍ୱର : ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ଏକମୋ ୟୁନିଟ କଟକ ବଡ଼ ଡାକ୍ତରଖାନାରେ ଉପଲବ୍ଧ ହେବ । ଆଜି ଠାରୁ କଟକ ଏସସିବିରେ ଆରମ୍ଭ ହେବ ଇକ୍ମୋ ଚିକିତ୍ସା। କୋଭିଡ ସମୟରେ ଏକମୋ ମେସିନର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର କଟକ ବଡ଼ ମେଡିକାଲରେ ଏହି ସୁବିଧା ଉପଲବ୍ଧ କରିବାକୁ ଯାଉଛନ୍ତି । ଅନେକ ଆକ୍ରାନ୍ତ କୋଭିଡର ପ୍ରଥମ ଲହର ବେଳେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥିଲେ । ସେପଟେ ରାଜ୍ୟ ସରକାରଙ୍କ ଏହି ବଳିଷ୍ଠ ପଦକ୍ଷେପ ଦ୍ୱାରା ରାଜ୍ୟବାସୀଙ୍କୁ ଏହି ଚିକିତ୍ସା ମାଗଣାରେ ଦିଆଯିବ । ଏକମୋ ମେସିନ ଏସସିବିରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ସହ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆସରିଛି । ଏଥିସହିତ ଆଉ ବ୍ୟୟବହୁଳ ହେବନି ଏକମୋ ଚିକିତ୍ସା। ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିପାରିବ ସୁବିଧା।
କଟକ ଏସସିବିରେ ଶୁଭାରମ୍ଭ ହେବ ଏକମୋ ୟୁନିଟ୍। ପୂର୍ବ ଭାରତରେ ସରକାରୀ ଭାବେ ସବୁଠାରୁ ବଡ଼ ଏକମୋ ୟୁନିଟ କଟକ ବଡ଼ ଡାକ୍ତରଖାନାରେ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇ ଏହାର ଶୁଭାରମ୍ଭ କରିବେ। ଏଥିପାଇଁ ୯ଟି ଏକମୋ ମେସିନ ପ୍ରସ୍ତୁତ ହୋଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ। ସୂଚନା ଯେ, ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ। ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି ଏସସିବି ପରିସର ଓ ହେଲିପ୍ୟାଡ୍ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସରିଛି। କରୋନା ଗୁରୁତର ରୋଗୀଙ୍କ ପାଇଁ ଏକମୋ ଚିକିତ୍ସା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏବେ ଏହା ଓଡ଼ିଶାର ଉପଲବ୍ଧ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡାକ୍ତର ଓ ରାଜ୍ୟବାସୀ।
