ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ଭୂକମ୍ପର ଝଟକା, ୫୦ଟି ଗାଁରେ ଧରିତ୍ରୀ ଦୋହଲିଲା
ମୁମ୍ବାଇ : ରବିବାର ପୂର୍ବାହ୍ନରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଂଟର ଫର ସେସମୋଲୋଜି ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରହିଥିଲା । ଜିଲ୍ଲା ପ୍ରଶାସନ କହିଛି ଯେ, ଭୂକମ୍ପର ତୀବ୍ରତା ହେତୁ କୌଣସି କ୍ଷୟକ୍ଷତି ହୋଇନାହିଁ । ଜିଲ୍ଲା ପ୍ରଶାସନର ବିପର୍ଯ୍ୟୟ ପରିଚାଳନା ୟୁନିଟ୍ ଅନୁଯାୟୀ, ହିଙ୍ଗୋଲି ଜିଲ୍ଲାର ବସତ, ଔନ୍ଧା ନାଗନାଥ ଏବଂ କଲମନୁରୀ ତହସିଲର ପ୍ରାୟ ୪୦ରୁ ୫୦ଟି ଗ୍ରାମ ସକାଳ ପ୍ରାୟ ୪.୩୦ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା ।
