ଜାମ୍ମୁ କାଶ୍ମୀରର ବାଲାକୋଟ ସେକ୍ଟରେ ଲାଇନ୍ ଅଫ୍ କଂଟ୍ରୋଲ ନିକଟରେ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ସେନା ଦ୍ୱାରା ନିପାତ
ପୁଂଚ : ରାଜୌରୀ ଜିଲ୍ଳାର ଡାଙ୍ଗରୀ ଆକ୍ରମଣ ପରେ ପୀର ପଂଜାଲ ଅଂଚଳରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ମିଳିତ ଅପରେସନ ମଧ୍ୟରେ ସେନା ରବିବାର ଦିନ ପୁଂଜ ଜିଲ୍ଲାର ବାଲାକୋଟ ସେକ୍ଟରରେ ଲାଇନ୍ ଅଫ୍ କଂଟ୍ରୋଲ ନିକଟରେ ଦୁଇଜଣ ଅନୁପ୍ରବେଶକାରୀଙ୍କୁ ଗୁଳି ଚଳାଇଥିଲା । ଜଣେ ସେନାଅଧିକାରୀ କହିଛନ୍ତି ଯେ, ସୀମାରେ ସତର୍କ ସୈନ୍ୟମାନେ ଏହି ଅନୁପ୍ରବେଶକୁ ବିଫଳ କରିଦେଇଛନ୍ତି ।
