ରୋଗ ପ୍ରତିଶୋଧକ ଔଷଧ ବ୍ୟବହାର ସଚେତନାତା କର୍ମଶାଳା
ବଲାଙ୍ଗିର : ଭାରତରେ ୫ବର୍ଷରୁ କମବୟସର ଶିଶୁଙ୍କ ମଧ୍ୟରେ ରୋଗପ୍ରତିରୋଧକ ଶକ୍ତି କମିବା ସହିତ ବିଭିନ୍ନ ରୋଗରେ ପଡି ମୃତ୍ୟୁହାର ବଢୁଛି । ୫ବର୍ଷରୁ କମ ବୟସର ଶିଶୁଙ୍କ ମଧ୍ୟରେ ରୋଗପ୍ରତିରୋଧକଶକ୍ତି ବୃଦ୍ଧିକରିବା ତଥା ଉଚିତ ମାତ୍ରାର ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଶିଶୁମୃତ୍ୟୁହାର କମ କରିବାକୁ ଇଣ୍ଡିଆନ ମେଡିକାଲ ଏସୋସିଏସନ ଅଣ୍ଟା ଭିଡିଛି । ପ୍ରେସିଡେନ୍ସିଆଲ ଏକ୍ସନପ୍ଲାନ ୟୁ୫ଏମଓଆର ୨୫/୨୫ ଆଧାରରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟିକ୍ସର ବଲାଙ୍ଗୀର ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ହରିହର ହସପିଟାଲର ସଭାକକ୍ଷରେ ଏକ ରୋଗପ୍ରତିରୋଧକ ଔଷଧ ବ୍ୟବହାର ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଇଏମଏ ବଲାଙ୍ଗୀର ଶାଖାର ସଭାପତି ଡ.ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ.ସ୍ନେହଲତା ସାହୁ,ସମ୍ମାନୀତ ଅତିଥି ଭାବରେ ଆଇଏମଏ ବଲାଙ୍ଗୀର ଶାଖାର ସଂପାଦକ ଡ.ନରେନ୍ଦ୍ରକୁମାର ସାହୁ,ଆଇଏପିର ବଲାଙ୍ଗୀର ଶାଖା ସଭାପତି ଡ.ଜନାର୍ଦ୍ଦନ ପୃଷ୍ଟି,ସଂପାଦକ ଡ.ସରୋଜକୁମାର ତିଆଡି ଓ ମୁଖ୍ୟବକ୍ତା ଭାବରେ ଭୀମଭୋଇ ମେଡିକାଲକଲେଜ ହସପିଟାଲର ଶିଶୁରୋଗବିଭାଗର ମୁଖ୍ୟ ପ୍ରଫେସର ଡ.ଶାନ୍ତିସେନା ମିଶ୍ର ଯୋଗଦେଇଥିଲେ । ଡ.ଶାନ୍ତିସେନା ତାଙ୍କ ବକ୍ତବ୍ୟରେ ସଂପ୍ରତି ଶିଶୁଙ୍କ ମଧ୍ୟରେ ଅନେକରୋଗ ବ୍ୟାପୁଛି । ବାରମ୍ବାର ଆଣ୍ଟିବାୟୋଟିକ ବ୍ୟବହାର ଫଳରେ ଏହା ଶରୀରରେ ରେଜିଷ୍ଟେନ୍ସ ହୋଇଯାଉଛି । ଫଳରେ ଅନେକ ଆଣ୍ଟିବାୟଟିକ ଆଉ ରୋଗ କମାଇବାରେ କାମ କରୁନାହିଁ । ତେଣୁ ଶିଶୁଙ୍କୁ ଚିକିତ୍ସା କଳାବେଳେ ଉଚିତ ପରିମାଣର ତଥା ସଠିକ ଆଣ୍ଟିବାୟୋଟିକ ପ୍ରୟୋଗର ଆବଶ୍ୟକତା ଉପରେ ସେ କହିଥିଲେ । ଏହି କର୍ମଶାଳାରେ ଆଣ୍ଟିବାଓଟିକର ବ୍ୟବହାର ,ଏହାର ପାଶ୍ୱର୍ପ୍ରତିକ୍ରୀୟା ଓ ଅନ୍ୟାନ୍ୟ ଦିଗ ତଥା ନୂତନ ଗବେଷଣା ଉପରେ ଆଲୋଚନା ହୋଇଥିଲା । ଆମର ଆଗାମୀପୀଢୀ ଯେଭଳି ଆଣ୍ଟିବାୟୋଟିକର ରେଜି ଷ୍ଟାନ୍ସର ଶୀକାର ନେହେବେ ସେନେଇ କଣ ସତର୍କତା ଅବଲମ୍ବନ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁସଂଖ୍ୟାରେ ଡାକ୍ତର ଯୋଗଦେଇଥିଲେ ।
