ଏଣିକି ଡ୍ରୋନ୍ ଜଣେଇବ ପାଣିପାଗ ସ୍ଥିତି, ସଠିକ୍ ହେବ ପୂର୍ବାନୁମାନ
ଭୁବନେଶ୍ୱର : ଏଣିକି ଡ୍ରୋନ୍ ଜଣେଇବ ପାଣିପାଗର ସ୍ଥିତି । ଆଉ ଦରକାର ପଡିବନି ଉପଯୋଗୀ ବେଲୁନ୍ । ଯାହାଫଳରେ ଆହୁରି ସଠିକ୍ ହେବ ପାଣିପାଗ ପୂର୍ବାନୁମାନ ।
ପାଣିପାଗ ପରିସ୍ଥିତି ଜାଣିବା ଲାଗି ଏହି ସବୁ ବେଲୁନରେ ସେନସର ପଠାଯାଇ ଡାଟା ଏକତ୍ର କରାଯାଉଛି। ବେଲୁନ ଗୁଡିକରେ ରେଡିଓସାଣ୍ଡ ନାମକ ଟେଲିମେଟ୍ରି ଉପକରଣ ପଠାଯାଇ ବାୟୁମଣ୍ଡଳୀୟ ଚାପ, ତାପମାତ୍ରା, ପବନର ଦିଗ ଓ ଗତି ରେକର୍ଡ କରାଯାଇଥାଏ । ହାଇଡ୍ରୋଜନ ଭର୍ତ୍ତି ପାଣିପାଗ ବେଲୁନ ଉପରକୁ ୧୨ କି.ମି ପର୍ଯ୍ୟନ୍ତ ଉଠିପାରେ ଓ ରେଡିଓ ମାଧ୍ୟମରେ ଗ୍ରାଉଣ୍ଡ ରିସିଭରକୁ ତଥ୍ୟ ସଞ୍ଚାର କରେ । ତେବେ ଛଡା ଯାଉଥିବା ବେଲୁନ ଓ ଏଥିରେ ଥିବା ରେଡିଓସାଣ୍ଡ ଦ୍ୱିତୀୟବାର ମିଳିପାରିନଥାଏ । କାରଣ ଏହା ପାଣିପାଗ ବିଜ୍ଞାନ କେନ୍ଦ୍ରଠାରୁ ଢେର ଦୂରକୁ ଉଡି ଯାଇଥାଏ ।
