ଇରାକରେ ଡ୍ରୋନ୍ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦିମୀ
ବାଗଦାଦ୍ : ଇରାକ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଛନ୍ତି ଇରାକର ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦିମୀ । ସେହିପରି ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ସ୍ଥାନୀୟ ଗଣମାଧ୍ୟମ ଇରାକ ସେନାକୁ ସୂଚନା ଦେଇ କହିଛି ଯେ, ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀ ହିଁ ଟାର୍ଗେଟ କରିଥିଲେ । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ବାଗଦାଦରେ ପ୍ରଧାନମନ୍ତ୍ରୀ ଅଲ-କାଦିମୀଙ୍କ ବାସଭବନ ଉପରେ ହୋଇଥିବା ଆକ୍ରମଣକୁ ଇରାକ ସୈନ୍ୟ କହିଛନ୍ତି । ତେବେ କାହା ପକ୍ଷରୁ ଏହି ଡ୍ରୋନ୍ ଆକ୍ରମଣ କରାଯାଇଛି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ଆକ୍ରମଣର ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି ପାଇବା ସହିତ ଗୁପ୍ତଚର ସଂସ୍ଥାକୁ ମଧ୍ୟ ସତର୍କ କରାଯାଇଛି । ଏହି ଘଟଣା ପରେ ଅଲ-କାଦିମୀ ମଧ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ତାଙ୍କ ଅବସ୍ଥା ଭଲ ଅଛି।
