ଡିଆରଡିଓର ବଡ଼ ସଫଳତା, ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ର ‘ରୁଦ୍ରମ-୨’ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଆକାଶରୁ ଭୂପୃଷ୍ଠ ଲକ୍ଷ୍ୟ ଭେଦ କରିପାରୁଥିବା ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ର ରୁଦ୍ରମ-୨କୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ଆଜି ଓଡ଼ିଶା ଉପକୂଳରୁ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ (Su-30MKI) ରୁ ଉତକ୍ଷେପଣ କରାଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଡିଆରଡିଓ ଏହି ସୂଚନା ସେୟାର କରିଛି। ଡିଆରଡିଓ ଲେଖିଛି ଯେ ଉଡାଣରେ ପରୀକ୍ଷଣରେ ସମସ୍ତ ପରୀକ୍ଷା ଉଦ୍ଦେଶ୍ୟ ପୂରଣ ହୋଇଛି। ଏଥିରେ, ପ୍ରୋପଲ୍ସନ ସିଷ୍ଟମରୁ ଆରମ୍ଭ କରି କଣ୍ଟ୍ରୋଲ ଓ ଗାଇଡ୍ସ ଆଲଗୋରିଦମ ପର୍ଯ୍ୟନ୍ତ ସବୁକିଛି ନିଶ୍ଚିତ କରାଯାଇଥିଲା।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ, ବାୟୁସେନା ଏବଂ ଶିଳ୍ପ ଜଗତକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ପରୀକ୍ଷଣର ସଫଳତା ରୁଦ୍ରମ-୨ର ଭୂମିକାକୁ ଦୃଢ଼ ଭାବରେ ପ୍ରମାଣିତ କରିଛି ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଶକ୍ତି ବୃଦ୍ଧି କରିବ।
Indigenously developed Air to Surface RudraM-II missile was successfully flight-tested from Su-30 MK-I off the Odisha coast today. The flight-test met all the trial objectives, validating the propulsion system, control & guidance algorithm@DefenceMinIndia @SpokespersonMoD pic.twitter.com/xEYxhckQTZ
— DRDO (@DRDO_India) May 29, 2024
ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୟାନରେ ମଧ୍ୟ କହିଛି ଯେ ରୁଦ୍ରମ-୨ କ୍ଷେପଣାସ୍ତ୍ରର ଉଡାଣର ପରୀକ୍ଷଣ ସମସ୍ତ ପରୀକ୍ଷା ଉଦ୍ଦେଶ୍ୟ ପୂରଣ କରିଛି। ଭାରତ ବୁଧବାର ଦିନ ଓଡ଼ିଶା ଉପକୂଳରୁ ଏକ ଭାରତୀୟ ବାୟୁସେନା ସୁଖୋଇ-୨୦ ଯୁଦ୍ଧ ବିମାନରୁ ‘ରୁଦ୍ରମ’ ଆକାଶରୁ ଭୁପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ମନ୍ତ୍ରଣାଳୟ କହିଛି ଯେ ” ଡିଆରଡିଓ ମେ ୨୯ ରେ ପ୍ରାୟ ୧୧:୩୦ ରେ ଓଡ଼ିଶା ଉପକୂଳରେ ଥିବା ଭାରତୀୟ ବାୟୁସେନାର ସୁଖୋଇ-30 MK-I ପ୍ଲାଟଫର୍ମରୁ ଆକାଶରୁ ଭୁପୃଷ୍ଟକୁ ଭେଦ କରିପାରୁଥିବା ରୁଦ୍ରମ-୨ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି।”
ରୁଦ୍ରାମ-୨ ହେଉଛି ଏକ ସ୍ୱଦେଶୀ ବିକଶିତ କଠିନ ପ୍ରୋପେଲାଣ୍ଟ ବାୟୁ-ଉତକ୍ଷେପଣ କ୍ଷେପଣାସ୍ତ୍ର ପ୍ରଣାଳୀ, ଯାହା ଶତ୍ରୁର ଭିନ୍ନ ଭିନ୍ନ ଲକ୍ଷ୍ୟକୁ ନଷ୍ଟ କରିବାରେ ସକ୍ଷମ। ଏଥିରେ ବିଭିନ୍ନ ଡିଆରଡିଓ ଲାବୋରେଟୋରୀ ଦ୍ୱାରା ବିକଶିତ ବହୁ ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି।
