ଟି-୨୦ରେ ନୂଆ କୀର୍ତ୍ତିମାନ ! ୭୭ ବଲରେ ଅପରାଜିତ ୨୦୫ ରନ ମାରିଲେ ଏହି ଖେଳାଳି
ୱାଶିଂଟନ : ପଡିଆରେ ରନ ବର୍ଷା । ଦେଖିବାକୁ ମିଳିଲା ବିସ୍ଫୋରକ ବ୍ୟାଟିଂ। ପ୍ରତିଟି ବଲ ବାଉଣ୍ଡ୍ରି ପାର। କେବଳ ଚୌକା ଓ ଛକାର ବର୍ଷା। ଟି-୨୦ କ୍ରିକେଟରେ ଏମିତି ରେକର୍ଡ କରିଛନ୍ତି ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରାଖିମ କର୍ଣ୍ଣୱାଲ । ମାତ୍ର ୭୭ଟି ବଲରେ ୨୦୫ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ଆମେରିକାରେ ଚାଲିଥିବା ଅଟଲାଣ୍ଟା ଓପନ ନାମକ ଏକ ଆମେରିକୀୟ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ୨ ଶକତ ହାସଲ କରିଛନ୍ତି।
କ୍ୟାରେବିୟାନ ପ୍ରେମିୟର ଲିଗରେ ଓପନିଂ କରି ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ କର୍ଣ୍ଣୱାଲଙ୍କ ଏହି ଦ୍ୱିଶତକକୁ ନେଇ ସବୁଠୁ ଆଲୋଚନା ଚାଲିଛି । ଆରମ୍ଭରୁ ଶେଷ ଯାଏ ଅପରାଜିତ ରହି କର୍ଣ୍ଣୱାଲ ୭୭ ବଲରେ ୨୦୫ ରନର ଇନିଂସ ଖେଳିଛନ୍ତି। ଏହି ଡବଲ ଟନ ଇନିଂସରେ ସେ ୨୨ଟି ବିଶାଳ ଛକା ମାରିଛନ୍ତି। ଆମେରିକା ଚାଲିଥିବା ଆଟଲାଣ୍ଟା ଓପନ ଟି-୨୦ରେ କର୍ଣ୍ଣୱାଲ ଆଟଲାଣ୍ଟ ଫାୟାର ପାଇଁ ଖେଳୁଛନ୍ତି। ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ୟାଚ୍ରେ ସେ ବିସ୍ଫୋରକ ବ୍ୟାଟିଂ କରିଥିବା ମୋହନଦାସ ମେନନ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେହିପରି ମାଇନର୍ ଲିଗ୍ କ୍ରିକେଟ ପକ୍ଷରୁ କର୍ଣ୍ଣୱାଲଙ୍କ ବିସ୍ଫୋରକ ବ୍ୟାଟିଂର କିଛି ଦୃଶ୍ୟର ଭିଡିଓକୁ ଟ୍ୱିଟ ମଧ୍ୟ କରାଯାଇଛି।
West Indian Rahkeem Cornwall, while playing for Atlanta Fire, blasted an unbeaten 205 in just 77 balls (SR 266.23) that included 22 sixes and 17 fours in an American T20 competition known as the Atlanta Open. A prize money of $75,000 is available to the winning team.
— Mohandas Menon (@mohanstatsman) October 6, 2022
ମେନନ ଟ୍ୱିଟ କରି କହିଛନ୍ତି, ୱେଷ୍ଟ ଇଣ୍ଡିଆନ ରାହକୀମ କର୍ଣ୍ଣୱାଲ ଆଟଲାଣ୍ଟ ଫାୟର ପାଇଁ ଖେଳୁଥିବା ବେଳେ ମାତ୍ର ୭୭ ବଲରେ ଅପରାଜିତ ୨୦୫ ରନର ଇନିଂସ ଖେଳିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୨୬୬.୨୩ ରହିଛି। ସେ ଏହି ଦୁଇ ଶତକୀୟ ଇନିଂସରେ ୨୨ଟି ଛକା ଓ ୧୭ଟି ଚୌକା ମାରିଛନ୍ତି। ଆମେରିକା ଟି-୨୦ ପ୍ରତିଯୋଗିତା ଆଟଲାଣ୍ଟ ଓପନରେ ସେ ଏପରି ପ୍ରଦର୍ଶନ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରାଇଜ ମନି ୭୫ ହଜାର ଡଲାର ରହିଛି।”
ARE YOU NOT ENTERTAINED?!
— Minor League Cricket (@MiLCricket) October 6, 2022
Rahkeem Cornwall put Atlanta Fire on top with a DOUBLE century going 205*(77) with 2️⃣2️⃣ MASSIVE sixes 🤯🤯🤯 pic.twitter.com/1iRfyniiUw
କର୍ଣ୍ଣୱାଲଙ୍କ ଦୁଇ ଶତକୀୟ ଇନିଂସ ଯୋଗୁ ଆଟଲାଣ୍ଟ ଫାୟାର ୨୦ ଓଭରରେ ଗୋଟିଏ ୱିକେଟ ହରାଇ ବିଶାଳ ୩୨୬ ରନ କରିଥିଲା। ଏହାର ଜବାବରେ ସ୍କ୍ୱୋୟାର ଡ୍ରାଇଭ ୮ ୱିକେଟ ହରାଇ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ କର୍ଣ୍ଣୱାଲଙ୍କ ଟିମ ୧୭୨ ରନରେ ମ୍ୟାଚ୍କୁ ଜିତି ନେଇଛି।
