ମହାପଞ୍ଚୁକରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାର୍ଯ୍ୟ ! ଅପ୍ରସନ୍ନ ହେବେ ଭଗବାନ
ପଞ୍ଚୁକର ଏହି ପବନ ପାବନ ପାର୍ବତୀ ଆରମ୍ଭ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଠାରୁ ପୁରୁଷ ସ୍ତ୍ରୀ ପୁଅ ଝିଅ ସମସ୍ତେ ମହାବ୍ରତ ବ୍ରତସ୍ନାନ କରି ପାଞ୍ଚ ଦିନ ଯାଏଁ ପଞ୍ଚୁକ ପାଳନ କରିଥାନ୍ତି । ପିତାମହ ଭୀଷ୍ମ ବାସୁଦେବ କୃଷ୍ଣଙ୍କ ଠାରୁ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାକୁ କହିଥିଲେ ।
ସେହି ଅନୁସାରେ ଏହାର ନାମ କାରଣ ଭୀଷ୍ମ ପଞ୍ଚୁକ ବୋଲି କରାଯାଇଛି । ତେଣୁ ପଞ୍ଚୁକ ରେ ଭୁଲ ରେ ବି କରନ୍ତୁ ନାହିଁ ଏହି ୫ କାମ, ଭାରତୀୟ ସଂସ୍କୃତି ଅନୁଯାୟୀ ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ଶୁଭ ଏବଂ ଅଶୁଭ ମୁହୂର୍ତ୍ତ ଦେଖାଯାଇଥାଏ। ଜ୍ୟୋତିଷ ଙ୍କ ଅନୁଯାୟୀ ଶୁଭ ସମୟ ରେ କାର୍ଯ୍ୟ କରିବା ଶୁଭ ହୋଇଥାଏ ଏବଂ ଅଶୁଭ ସମୟ ରେ କାର୍ଯ୍ୟ କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ । ତେବେ ଏହି ୫ କାର୍ଯ୍ୟ ଭୁଲରେ ବି କରନ୍ତୁ ନାହିଁ ….
୧. ପୁରାଣ ଅନୁଯାୟୀ ପଞ୍ଚୁକ ରେ ଭୁଲ ରେ ବି ବିଞ୍ଚଣା ଉପରେ ବସି ମନ୍ତ୍ର ପାଠ କରନ୍ତୁ ନାହିଁ। ଏହିପରି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ, ଧ୍ୟାନ ରଖନ୍ତୁ ପଞ୍ଚୁକ କାର୍ତ୍ତିକ ମାସର ସବୁଠାରୁ ଗୁରୁତ୍ୱପୂର୍ଣ ଦିନ ହୋଇଥାଏ ତେଣୁ ଏହି ଦିନ ଏମିତି କିଛି କର୍ମ କରନ୍ତୁ ନାହିଁ ଯାହା ଦ୍ୱାରା ଭଗବାନ ଅପ୍ରସନ୍ନ ହେବେ । ଏହା ଦ୍ୱାରା ଘୋର ପାପ ଲାଗିଥାଏ ଏବଂ ଜୀବନରେ ଧନର ଅଭାବ ହୋଇଥାଏ ।
୨. ପଞ୍ଚୁକ ର ଧନିଷ୍ଠ ନକ୍ଷେତ୍ର ସମୟରେ ଧ୍ୟାନ ରଖନ୍ତୁ ଘାସ କାଠ ଏବଂ ଜଳୁଥିବା ବସ୍ତୁ କୁ କେବେ ବି ଏକାଠି କରନ୍ତୁ ନାହିଁ। ଏହାକୁ ଶାସ୍ତ୍ର ଅନୁସାରେ ଅତ୍ୟନ୍ତ ଅଶୁଭ ବୋଲି କୁହାଯାଇଥାଏ ।
୩. ପଞ୍ଚୁକ ରେ କେବେ ବି ଦକ୍ଷିଣ ଦିଗ କୁ ଯାତ୍ରା କରନ୍ତୁ ନାହିଁ କାରଣ ଏହି ଦିଗ ଯମ ଙ୍କ ଦିଗ ହୋଇଥାଏ ଏହାକୁ ମୁତ୍ୟୁ ର ଦିଗ ବୋଲି କୁହାଯାଏ । ତେଣୁ ଏହି ଦିଗକୁ ଯାତ୍ରା କରିବା ଅଶୁଭ ହୋଇଥାଏ ।.
୪. ପଞ୍ଚୁକ ସମୟରେ ଯେତେବେଳେ ରେବତୀ ନକ୍ଷେତ୍ର ଲାଗିଥାଏ ସେହି ସମୟରେ ଘରର ଛାତ ତିଆରି କରିବା ଉଚିତ ହୋଇନଥାଏ । ତେଣୁ ଏହି ସମୟରେ କେବେ ବି ଘରର ଛାତ ପକାନ୍ତୁ ନାହିଁ ।
୫. କାର୍ତ୍ତିକ ମାସରେ ଶବର ସଂସାର କରିବା ଆଗରୁ କୋୖଣସି ଯୋଗ୍ୟ ଜ୍ୟୋତିଷଙ୍କ ସହ ପରମାର୍ଶ କରିନିଅନ୍ତୁ । ଏହା ସହ ଏହି ସମୟରେ ବ୍ୟାପାର, ନିର୍ଭନ୍ଧ, ବାହାଘର ଆଦି ଶୁଭ କାର୍ଯ୍ୟ କରିଲେ ମଧ୍ୟ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯେଉଁ ରାଶି ମାନଙ୍କର ଏହି ପଞ୍ଚୁକରେ ଭାଗ୍ୟ ବଦଳିବାର ଅଛି…
୧. ବୃଷ ରାଶି :- ଏହି ରାଶିର ଲୋକମାନଙ୍କ ପାଇଁ ଏହି ପଞ୍ଚୁକ ବହୁତ ଶୁଭ ରହିବ । ଏହି ଲୋକଙ୍କର ଭବିଷ୍ୟତରେ ରାଜଯୋଗ ଆସିବାକୁ ଯାଉଛି । ଏହି ରାଶିର ଲୋକମାନଙ୍କର ଅଟକି ଯାଇଥିବା କାର୍ଯ୍ୟ ସମାପ୍ତ ହେବ । ନୂତନ ଚାକିରି ମଧ୍ୟ ମିଳିପାରେ । ଏହି ରାଶିର ଲୋକମାନଙ୍କ ଜୀବନରେ ଅନେକ ଉନ୍ନତି ହେବ ।
୨.କର୍କଟ ରାଶି :- ଏହି ରାଶିର ଲୋକମାନଙ୍କର ଭାଗ୍ୟ ଏହି ପଞ୍ଚୁକ ପର ଠାରୁ ସୁଧୁରିବାକୁ ଯାଉଛି । ଏହି ରାଶିର ଲୋକ ମାନଙ୍କର ଦାମ୍ପତ୍ୟ ଜୀବନ ଅତି ସୁଖ ମୟ ହୋଇଯିବ । ଏହି ରାଶିର ଲୋକଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ । ଏବଂ ନିଜ ଜୀବନସାଥିଙ୍କ ସହ ନିଜ ଜୀବନ ଅତି ସୁଖରେ କାଟିବେ ।
୩.ତୁଳା ରାଶି :-ଏହି ରାଶିର ଲୋକମାନେ ପଞ୍ଚୁକ ପରେ ଯେଉଁ କାମ ଆରମ୍ଭ କରିବେ ସବୁ କାମରେ ତାଙ୍କୁ ସଫଳତା ପ୍ରାପ୍ତ ହେବ । ଏହି ରାଶିର ଲୋକଙ୍କ ଜୀବନରେ ମାତା ଲଷ୍ମୀଙ୍କର କୃପାରୁ କୋୖଣସି ପ୍ରକାରର ଆର୍ଥିକ ସମସ୍ୟା ରହିବ ନାହିଁ ।
୪.କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଏହି ପଞ୍ଚୁକ ଠାରୁ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ଲୋକଙ୍କ ଉପରେ ମାତା ଲଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ । ଏହି ରାଶିର ଲୋକମାନଙ୍କର ଅନେକ ସମସ୍ୟା ତାଙ୍କର ଆସୁଥିବା ଭଲ ସମୟରେ ଦୂର ହୋଇଯିବ । ଏବଂ କୋୖଣସି ପ୍ରକାରର ଆର୍ଥିକ ସଙ୍କଟ ମଧ୍ୟ ସେମାନଙ୍କ ଜୀବନରେ ଆସିବ ନାହିଁ ।
