ଶନିବାର ଦିନ କରନ୍ତୁ ଏହି ଦୁଇ ଉପାୟ ! ପ୍ରସନ୍ନ ହେବେ ଶନି ଦେବ, ଦୂର ହେବ ଶନି ଦଶା
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିବାର ଦିନ ଶନିଦେବ ତାଙ୍କ ଆରତୀ ଓ ଶନି ଚାଳିସା ପଢ଼ିବାରୁ ସେ ପ୍ରସନ୍ନ ହୁଅନ୍ତି । ତେଣୁ ଆପଣ ମଧ୍ୟ ଶନିବାର ଦିନ ଏହି ଉପାୟ ଅବଲମ୍ୱନ କରି ଶନିଦେବଙ୍କ କୃପା ଲାଭ କରିପାରିବେ ।
ଶନିବାର ଦିନ ଶନି ଦେବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ, ଶନିବାର ଦିନ ଶନି ଦେବଙ୍କୁ ପୂଜାର୍ଚ୍ଚନା କରିବାରୁ ସେ ଶୀଘ୍ର ପ୍ରସନ୍ନ ହୋଇ ଭକ୍ତମାନଙ୍କ ଉପରେ କୃପା ବର୍ଷା କରନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଶନିବାର ଶନି ମନ୍ଦିରରେ ସୋରିଷ ତେଲ ଦୀପ ଜାଳିବା ଉପରେ ଗୁରୁତ୍ୱ ଦିଆଯାଇଛି । କୁହାଯାଏ ଯେ, ଏହି ଦିନରେ ଯଥାସମ୍ଭବ ବ୍ୟକ୍ତିଙ୍କ ଜଣେ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିବାର ଦିନ ଶନିଦେବ ତାଙ୍କ ଆରତୀ ଓ ଶନି ଚାଳିସା ପଢ଼ିବାରୁ ସେ ପ୍ରସନ୍ନ ହୁଅନ୍ତି । ତେଣୁ ଆପଣ ମଧ୍ୟ ଶନିବାର ଦିନ ଏହି ଉପାୟ ଅବଲମ୍ୱନ କରି ଶନିଦେବଙ୍କ କୃପା ଲାଭ କରିପାରିବେ ।
ଏଠାରେ କହି ରଖୁଛୁ ଯେ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ଜାତକରେ ଶନିଙ୍କ ଅଶୁଭ ସ୍ଥିତି ରହିଛି । ସେମାନଙ୍କୁ ଶନି ମହାଦଶା ଓ ସାଢ଼େ ସାତି ଦଶା ସମୟରେ ବିଶେଷ ଯତ୍ନ ନେବା ଉଚିତ୍ । ଯେଉଁ କାର୍ଯ୍ୟଗୁଡ଼ିକ ଶନିଙ୍କ କୋପ ଦୃଷ୍ଟିକୁ ବୃଦ୍ଧି କରିବ ସେଗୁଡ଼ିକ ଆଦୌ କରିବା ଉଚିତ ନୁହେଁ । ତେବେ କେମିତି ଜାଣିବେ ଯେ ଆପଣଙ୍କ ଉପରେ ଶନି ଦଶା ପଡ଼ିଛି ବୋଲି । ଯେତେବେଳେ ଆପଣଙ୍କ ରାଶିରେ ଶନି ଦଶା ଚଢ଼େ ସେତେବେଳେ କିଛି ଲକ୍ଷଣ ଦେଖାଯାଏ । ଯେମିତି କି କାର୍ଯ୍ୟରେ ବାଧା ସୃଷ୍ଟି ହେବା, ଟଙ୍କା ପଇସାର ଅଭାବ ଦେଖାଦେବା, ଜମା ପୁଞ୍ଜି ଶେଷ ହେବାକୁ ଲାଗିବା, ଦାମ୍ପତ୍ୟ ଜୀବନରେ କଳି ଝଗଡ଼ା ହେବା, ପ୍ରେମ ସମ୍ପର୍କରେ ବାଧା ଉପୁଜିବା ଏବଂ ନାନାଦି ରୋଗ ହେବା ଭଳି ଲକ୍ଷଣ ସବୁ ଦେଖାଯାଏ ।
ଶନି ଦଶା ସମୟରେ କ’ଣ ଉପାୟ କରିବେ?
ଶନି ଦଶା ସମୟରେ ଶନି ପୂଜା କରନ୍ତୁ । ଶନି ଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ । ଶନିବାର ଆମିଷ ବର୍ଜନ କରନ୍ତୁ । ଗରିବଙ୍କୁ କିଛି ନା କିଛି ଦାନ କରନ୍ତୁ । କୁଷ୍ଠ ରୋଗୀଙ୍କ ସେବା କରନ୍ତୁ । ପଶୁପକ୍ଷୀଙ୍କର ସେବା କରନ୍ତୁ । ଏହାସହ ପ୍ରତ୍ୟେକ ଶନିବାର ଶନି ଚାଳିସା ପାଠ କରନ୍ତୁ । ଏସବୁ ଉପାୟ ଆପଣାଇଲେ ଆପଣଙ୍କ ଉପରେ ଶନି ଦଶାର ପ୍ରଭାବ କମ୍ ରହିବ ।
