ରେଡକ୍ରସ ପକ୍ଷରୁ ୨୦ ଅକ୍ସିଜେନ କନସେନ୍ଟ୍ରେଟର ଓ ୨୦୦ ଅକ୍ସିମିଟର ଦାନ
କେନ୍ଦୁଝର : ଭାରତୀୟ ରେଡକ୍ରସ କେନ୍ଦୁଝର ଶାଖା ପକ୍ଷରୁ ଜିଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୨୦ଟି ଅକ୍ସିଜେନ କନସେଣ୍ଟ୍ରେଟର ଓ ୨୦୦ଟି ଅକ୍ସିମିଟର ଦାନ କରାଯାଇଛି । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟିଙ୍କ ଉପସ୍ଥିତିରେ ସୋମବାର ଅପରାହ୍ନରେ ଦରବାରହଲ ଠାରେ ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ଏହି ଅକ୍ସିଜେନ କନସେନ୍ଟ୍ରେଟର ଓ ଅକ୍ସିମିଟର ଗ୍ରହଣ କରି ଜିଲାର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ମୁଖ୍ୟ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ସହକାରୀ କଲେକ୍ଟର ସୁଚିଶ୍ମୀତା ଦାଶ, କେନ୍ଦୁଝରଗଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଡା.ମଧୁସ୍ମୀତା ସାମନ୍ତରାୟ, ଭାରତୀୟ ରେଡକ୍ରସ କେନ୍ଦୁଝର ଶାଖା ସମ୍ପାଦିକା ସୁରଞ୍ଜିକା ବେହେରା, ଯୁଗ୍ମସମ୍ପାଦିକା ଏ.ଆର.ଖାନ ପ୍ରମୁଖ ଉପସ୍ଥିତ ଥିଲେ ।
