ସିରାଜୁଦ୍ଦିନ୍ ଖଣି କମ୍ପାନୀରେ କେନ୍ଦ୍ରୀୟ ଆୟକର ବିଭାଗର ଚଢାଉ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ସିରାଜୁଦ୍ଦିନ୍ ଖଣି କମ୍ପାନୀରେ କେନ୍ଦ୍ରୀୟ ଆୟକର ବିଭାଗର ଚଢାଉ । ଆଜି ସକାଳୁ କେନ୍ଦୁଝର ସହର ସ୍ଥିତ ଏହାର ଖଣି କାର୍ଯ୍ୟାଳୟ ସମେତ ଯୋଡ଼ା, ବଡ଼ବିଲ ଓ କୋଲକାତା କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଆୟକର ବିଭାଗର ୪ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ସୂଚନାନୁଯାୟୀ, ଆୟକର ବିଭାଗ ସ୍ଥାନୀୟ ପୋଲିସ ସହଯୋଗରେ ଚଢ଼ାଉ କରିଛି କ୍ଷ କେନ୍ଦୁଝର ଠାରେ ଥିବା ବାସଭବନ ସହିତ ଅଫିସ ଓ କଲ୍ୟାଣ ମଣ୍ଡପରେ ମଧ୍ୟ ମୁଖ୍ୟ ଫାଟକ ବନ୍ଦ ରଖି ଆୟକର କର୍ମଚାରୀ କାଗଜପତ୍ର ଯାଂଚ କରୁଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ଥିବା ଦୁଇଟି କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଜାରି ରହିଛି
