ଖରାଦିନେ ଦେଖା ଦେଇଥାଏ ସନ୍ ପଏଜନିଙ୍ଗ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ
ଜାରି ରହିଛି ଖରା ଦିନ । ପ୍ରଖର ଖରାରେ ସନବର୍ଣ୍ଣ ଏବଂ ଟାନିଂ ଏକ ସାଧାରଣ ସମସ୍ୟା । କିନ୍ତୁ ଆପଣ ଜାଣିଛନ୍ତି କି ସୂର୍ଯ୍ୟଙ୍କ ପ୍ରଖର କିରଣ ଦ୍ୱାରା ସନ୍ ପଏଜନିଙ୍ଗ ମଧ୍ୟ ହୋଇପାରେ । କିଛି ଲୋକଙ୍କ ମତରେ ସନବର୍ଣ୍ଣ ଏବଂ ସନ୍ ପଏଜନିଙ୍ଗ ଏହି ଦୁଇଟି ଯାକ ସମାନ । କିନ୍ତୁ ଆପଣ କହିବାକୁ ଯାଉଛୁ କି ସନବର୍ଣ୍ଣ ତୁଳନାରେ ସନ ପଏଜନିଙ୍ଗ ବିପଦପୂର୍ଣ୍ଣ ଅଟେ । ସନବର୍ଣ୍ଣର ଘାତକ ରୂପ ହେଉଛି ସନ୍ ପଏଜନିଙ୍ଗ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଦୀର୍ଘ ସମୟ ଯାଏଁ ସୂର୍ଯ୍ୟଙ୍କ ପାରା ବାଇଗଣୀ ରଶ୍ମି ସମ୍ପର୍କରେ ରହିଥାନ୍ତି । ଏହାକୁ ଠିକ୍ କରିବା ପାଇଁ ମେଡିକାଲ ଚିକିତ୍ସାର ସାହାରା ନେବାକୁ ପଡିଥାଏ ।
ସନ୍ ପଏଜନିଙ୍ଗର ଲକ୍ଷଣ :
– ତ୍ୱଚା ଲାଲ ପଡିବା ।
– ତ୍ୱଚା ଜଳାପୋଡା ହେବା ।
– ମୁଣ୍ଡ ବ୍ୟଥା ।
– ଝାଡା, ବାନ୍ତି ହେବା ।
– ବେହୋସ ହେବା ।
ସନ୍ ପଏଜନିଙ୍ଗର ନିରାକରଣ :
– ୩୦ରୁ ଅଧିକ ଏସପିଏଫ ଯୁକ୍ତ ସନ୍ ସ୍କ୍ରିନ୍ ବ୍ୟବହାର କରନ୍ତୁ ।
– ବାହାରକୁ ବାହାରିବାର ୩୦ ମିନିଟ୍ ପୂର୍ବରୁ ସନସ୍କ୍ରିନ ଲଗାନ୍ତୁ ।
– ତ୍ୱଚାକୁ ସମ୍ପୂର୍ଣ୍ଣ କଭର କରି ବାହାରକୁ ବାହାରନ୍ତୁ ।
– ସୂତା ଓ ଢିଲା କପଡା ପିନ୍ଧି ବାହାରକୁ ବାହାରନ୍ତୁ ।
– ଡାର୍କ ରଙ୍ଗର କପଡା ପିନ୍ଧକି ବାହାରନ୍ତୁ ନାହିଁ ।
– ନିଜକୁ ଅଧିକାଂଶ ହାଇଡ୍ରେଟ ରଖିବାକୁ ଚେଷ୍ଟା କରନ୍ତୁ ।
– ଯଦି ଆପଣଙ୍କ ବାରମ୍ବାର ଝାଳ ବାହାରୁଛି ତେବେ ୨ ଘଣ୍ଟା ବ୍ୟବଧାନରେ ସନସ୍କ୍ରିନ ଲଗାନ୍ତୁ ।
