ଦୈନିକ କରନ୍ତୁ ଏହି ବ୍ୟାୟାମ ! ପୁରୁଷଙ୍କର ଶୀଘ୍ର ପତନକୁ ରୋକିବ ଓ ମହିଳାଙ୍କୁ ମିଳିବ ଅନେକ ଫାଇଦା
Exercise class doing a pelvic lift
ଆମ ବୟସ ଦିନକୁ ଦିନ ବଢିବାରେ ଲାଗିଛି। ବୟସ ବଢିବା ସହ ୟୁରିନରେ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଗର୍ଭଧାରଣ ପରେ ମହିଳାମାନଙ୍କର ଅନେକ ସମସ୍ୟା ଥାଏ ଏବଂ ପୁରୁଷମାନଙ୍କ କ୍ଷେତ୍ରରେ ବି ଶୀଘ୍ର ପତନ ପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁ କ୍ଷେତ୍ରରେ ବ୍ୟାୟାମ ଏକ ଉତ୍ତମ ବିକଳ୍ପ ଅଟେ । କିଗଲ ବ୍ୟାୟାମ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ସହାୟକ ହୋଇଥାଏ। ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଅଧିକାଂଶ ଲୋକଙ୍କର ଅଜାଣତରେ ପରିସ୍ରା ମଧ୍ୟ ହୋଇଯାଏ। ସାଧାରଣତଃ ମହିଳାଙ୍କ ଗର୍ଭାବସ୍ଥାରେ ଏବଂ ପ୍ରସବ ପରେ ଡାକ୍ତରମାନେ ମହିଳାମାନଙ୍କର ଯୌନାଙ୍ଗ ମାଂସପେଶୀରେ ଉନ୍ନତି ଆଣିବା ପାଇଁ ଅନେକ ପ୍ରକାରର ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତି, କିଗଲ୍ ବ୍ୟାୟାମ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ବ୍ୟାୟାମ କିପରି କରିବେ ଏବଂ ଏହାର ଲାଭ କ’ଣ ଚାଲନ୍ତୁ ଜାଣିବା ।
କିଗଲ ବ୍ୟାୟାମକୁ ପବ୍ଲିକ ଫ୍ଲୋର୍ ବ୍ୟାୟାମ ମଧ୍ୟ କୁହାଯାଏ । ଏହି ବ୍ୟାୟାମ କରି, ଯୌନାଙ୍ଗ ସ୍ଥାନରେ ଥିବା ମାଂସପେଶୀକୁ ଶକ୍ତିଶାଳୀ କରାଯାଏ । ସମୟ ସହିତ ମାଂସପେଶୀ ଦୁର୍ବଳ ହେବାକୁ ଲାଗେ, ଏହି ବ୍ୟାୟାମ ବ୍ଲାଡର ଏବଂ ଅଣ୍ଟାର ତଳ ଅଂଶକୁ ଶକ୍ତି ପ୍ରଦାନ କରିଥାଏ।
କେମିତି କରିବେ କିଗଲ ଏକ୍ସରସାଇଜ୍ :
ଏହା କରିବାକୁ, ପ୍ରଥମେ ଆପଣ ନିଜର ପିଠିକୁ ଭୂମି ଉପରେ ରଖନ୍ତୁ ପରେ ଆଣ୍ଠୁକୁ ବଙ୍କା କର । ପେଟକୁ ଆରାମରେ ରଖନ୍ତୁ, ପିଠିକୁ ଟିକେ ବଙ୍କା କରିରଖନ୍ତୁ, ପାଦକୁ ନିକଟତର କର ଯେପରି ପିଠି ବଙ୍କା ବା ବକ୍ର ହୋଇରହିବ ।
ପୁରୁଷଙ୍କୁ ଦେବ ଫାଇଦା :
କୋସିଲ୍ ମାଂସପେଶୀ ଭାବରେ ମଧ୍ୟ ଜଣାଶୁଣା । ଏହି ବ୍ୟାୟାମ ପୁରୁଷମାନଙ୍କ ପାଇଁ ଇରେକ୍ଟାଇଲ୍ ଡିସଫଙ୍କସନକୁ ଚିକିତ୍ସା କରିବାରେ ଏବଂ ଶୀଘ୍ର ପତନକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ବ୍ୟାୟାମ ବ୍ଲାଡରକୁ ଭଲ ନିୟନ୍ତ୍ରଣ କରିବା ଏବଂ ଯୌନ କାର୍ଯ୍ୟକଳାପ ବୃଦ୍ଧିରେ ମଧ୍ୟ ଅନେକ ଲାଭ ରହିଛି । କିଗଲ ବ୍ୟାୟାମ ଆପଣଙ୍କ ଯୌନାଙ୍ଗକୁ ମଜଭୁତ କରେ, ମୂତ୍ରାଶୟ, ବ୍ଲାଡର ଏବଂ ଅନ୍ତନଳୀ କୁ ମଧ୍ୟ ସୁରକ୍ଷିତ ରଖିଥାଏ । ଏହି ବ୍ୟାୟାମରେ ଲିଙ୍ଗରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୋଇଥାଏ।
ଶୀଘ୍ରପତନକୁ ରୋକିବାରେ ସାହାଯ୍ୟ କରିଥାଏ :
ଶୀଘ୍ର ପତନ ତାହା ଯାହା ପୁରୁଷ ସ୍ତ୍ରୀ ସହ ସମ୍ଭୋଗ ସମୟରେ ସମୟ ପୂର୍ବରୁ ଶରୀରରୁ ବାହାରିଯାଇଥାଏ। ଏହା ଏକ ସାମାନ୍ୟ ସମସ୍ୟା ନୁହେଁ, ତେବେ ଏହାକୁ ରୋକିବାକୁ ହେଲେ କିଗଲ ବ୍ୟାୟାମ କରିବା ଜରୁରୀ।
କେଉଁ କେଉଁ କଥାକୁ ଧ୍ୟାନରେ ରଖିବେ :
ପେଟ, ଯୌନାଙ୍ଗ, ଜଙ୍ଘ ମାଂସପେଶୀକୁ ଅଧିକ ଷ୍ଟ୍ରେସ କିମ୍ବା ଫ୍ଲେକ୍ସ କରିବା ଉଚିତ୍ ନୁହେଁ ।
ସ୍ୱାଭାବିକ ଭାବରେ ନିଶ୍ୱାସ ନିଅନ୍ତୁ ଏବଂ ବ୍ୟାୟାମ ସମୟରେ ଆପଣଙ୍କର ନିଶ୍ୱାସକୁ ଧରି ରଖନ୍ତୁ ନାହିଁ ।
ବ୍ୟାୟାମ ସମୟରେ ଆଖି, କାନ୍ଧ କିମ୍ବା ଆଙ୍ଗୁଠି ଉଠାନ୍ତୁ ନାହିଁ
ମାଂସପେଶୀକୁ ପଛରୁ ଆଗକୁ ଟାଣିବା, ଭିତରକୁ ଟାଣିବା ଉଚିତ୍
