ମୟୁରଭଞ୍ଜ ଆପର ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠିତ
ବାରିପଦା : ସ୍ଥାନୀୟ ଦାରଗାଡାହି ଠାରେ ମୟୁରଭଞ୍ଜ ଜିଲ୍ଲା ଆମ ଆଦମୀ ପାର୍ଟିର ବରିଷ୍ଠ ଓ ସକ୍ରୀୟ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଶିକ୍ଷାବିତ ଶ୍ରୀ ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି । ଏଥିରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ସହମତିରେ ଶ୍ରୀ ବିରାମ ମୁର୍ମୁ ଜିଲ୍ଲା ସଂଯୋଜକ, ଶ୍ରୀ ଶୈଳେନ୍ଦ୍ର ମହାନ୍ତ ଉପ-ସଂଯୋଜକ, ଶ୍ରୀ ରବିନ୍ଦ୍ର ଗିରି ଜିଲ୍ଲା ସମ୍ପାଦକ, ଶ୍ରୀ ସୁକୁମାର ରଂଜନ ପ୍ରଧାନ କୋଷାଧକ୍ଷ ଓ ମେଡିଆ ସମ୍ପାଦକ, ଶ୍ରୀ ବାଦଲ ହେମ୍ବ୍ରମ ପ୍ରବକ୍ତା, ଶ୍ରୀ ଚନ୍ଦନ କିସ୍କୁ ଜିଲ୍ଲା ଲୋକପାଳ ଭାବେ ମନୋନୀତ ହୋଇଛନ୍ତି । ବରିଷ୍ଠ ସଦସ୍ୟମାନଙ୍କୁ ନେଇ ଏକ ୫ଜଣିଆ ପରାମର୍ଶ ଦାତା କମିଟି ଗଠନ କରାଯାଇଛି । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ ଆୟୋଜନ କରିବା ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ, କରଂଜିଆ ପାଇଁ ଶରତ ଚନ୍ଦ୍ର ମହାନ୍ତ, ଯଶିପୁର ପାଇଁ ବ୍ରଜ କିଶୋର ଟୁଡୁ, ରାଇରଙ୍ଗପୁର ପାଇଁ ଡ. ଚନ୍ଦନ ମାର୍ଣ୍ଡି, ଶାରସକଣା ପାଇଁ ଶ୍ରୀ ଚାନ୍ଦରାୟ ହାଁସଦା, ବାଙ୍ଗିରିପୋଷି ପାଇଁ ଲାଦୁରାମ ସୋରେନ, ବାରିପଦା ପାଇଁ ବାଦଲ ହେମ୍ବ୍ରମ, ବଡ଼ସାହି ପାଇଁ ରବୀନ୍ଦ୍ରନାଥ ସେଠୀ, ମୋରଡା ପାଇଁ ଶ୍ରୀ ସୁକୁମାର ରଂଜନ ପ୍ରଧାନ ଓ ଉଦଳା ପାଇଁ ଶ୍ରୀ ନାରାୟଣ ଟୁଡୁ ପ୍ରମୁଖଙ୍କୁ ଚୟନ କରାଯାଇଛି । ଏହି ବୈଠକରେ କାଶୀନାଥ ମହାନା, ଅଧ୍ୟାପକ ଗୋପବନ୍ଧୁ, ଲସ ହେମ୍ବ୍ରମ, ମଣ୍ଡଲ ଟୁଡୁ, ମଜନୁ ବାଗ, ଦୁଃଶାସନ ସୋରେନ, ଉମାକାନ୍ତ ଗୋଚ୍ଛାୟତ, ରାସୁନାଥ ହାଁସଦା ଓ ଠାକୁରା ସରେନ ପ୍ରମୁଖ ବହୁ ସଦଶ୍ୟ ଉପସ୍ଥିତ ଥିଲେ ବୋଲି ମେଡିଆ ସମ୍ପାଦକ ସୁକୁମାର ପ୍ରଧାନ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
