ମୟୁରଭଞ୍ଜ : ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଏମକେସି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । “ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଦିଗରେ ମଧୁସୂଦନ ଦାସଙ୍କ ଅବଦାନ” ଶୀର୍ଷକ ବିଷୟବାସ୍ତୁ ଉପରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ, କଣ୍ଟାପାଳର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ଓ ଏମକେସି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅତୁଲ କୁମାର ପରିଡା ଯୋଗଦେଇଥିଲେ । ଏମକେସି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ କୁଞ୍ଜବାଳା ମହାନ୍ତ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମରୁ ପ ମ ଶ୍ରେଣୀ ବର୍ଗରେ ସି.ଏମ. ସରକାରୀ ବିଦ୍ୟାଳୟ, ଗଡିଆର ସାଧନା ସେଜଲ ସ୍ୱାଇଁ ପ୍ରଥମ, ସରକାରୀ ୟୁପି. ସ୍କୁଲ, ଭାଲିଆଡିହାର ରିତୁପର୍ଣ୍ଣା ବେହେରା ଦ୍ୱିତୀୟ ଓ ସରକାରି ୟୁପି ସ୍କୁଲ, ମଙ୍ଗଳପୁରର ବୈଷ୍ଣବୀ ପଲେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବର୍ଗରେ ବାପୁଜୀ ଉଚ୍ଚ ବିଦ୍ୟାଳୟର ଦୀପଙ୍କର ବେହେରା ପ୍ରଥମ, ଝାରପୋଖରିଆ ୟୁଜି ହାଇସ୍କୁଲର ଇତିଶ୍ରୀ ଗିରି ଦ୍ୱିତୀୟ ଓ ଏମକେସି ହାଇସ୍କୁଲର ଲଲିତ କୁମାର ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମହାବିଦ୍ୟାଳୟ ସ୍ତରରେ ବାରିପଦା ସରକାରୀ ମହିଳା ବିଦ୍ୟାଳୟର ଅପର୍ଣ୍ଣା ସିଂହ ପ୍ରଥମ, ଓଏଭି ଓଷ୍ମଣସାହିର ବର୍ଷାରାଣୀ ବେହେରା ଦ୍ୱିତୀୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ମାଧ୍ୟମିକ ବିଦ୍ୟାଳୟର ରଶ୍ମିତା ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ହାଇସ୍କୁଲ ସ୍ତରରେ ଓଏଭି ଭାଲୁବସାର ଅଭିଜିତ ସାହୁ ପ୍ରଥମ, ସରକାରୀ ୟୁଜି ହାଇସ୍କୁଲ ଝାରପୋଖରିଆର ପ୍ରିୟଙ୍କା ଦାସ ଦ୍ୱିତୀୟ ଓ ଶରତ ଚନ୍ଦ୍ର ବିଦ୍ୟାପୀଠର ଆକାଂକ୍ଷା ଦେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରଦୀପ କୁମାର ବେହେରା, ଶିକ୍ଷକ ମନୋଜ କୁମାର ପରିଡା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।
Post Views: 41,481