ଜିଲ୍ଲା ସ୍ତରୀୟ ଶହୀଦ ଦିବସ ପାଳିତସ୍ୱାଧୀନତା ପାଇଁ ପ୍ରାଣ ବଳି ଦେଇଥିବା ଶହୀଦ ମାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଉଦେଶ୍ୟ ରେ \” ଦୁଇ ମିନିଟ ନୀରବ ପ୍ରାର୍ଥନା \”
ବାରିପଦା : ମୟୁରଭଂଜ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଫେସିଲିଟେସନ ସେଂଟର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ତଥା ଭାରତର ସ୍ୱାଧୀନତା ପାଇଁ ଯେଉଁ ମହାମନୀଷୀ ମାନେ ପ୍ରାଣବଳି ଦେଇଥିଲେ ସେମାନଙ୍କ ସ୍ମୃତି ଉଦେଶ୍ୟ ରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଆଧ୍ୟକ୍ଷତାରେ ମହାପୁରୁଷ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଂଜଳି ଉଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀ ଯୋଗ ଦେଇ ନୀରବ ପ୍ରାର୍ଥନାରେ ଅଂଶ ଗ୍ରହଣ କରିଥିଲେ ।
