ଜିଲାସ୍ତରୀୟ ଉପଭୋକ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ଖାଉଟି ଓ ଉପଭୋକ୍ତା କଲ୍ୟାଣ ବିଭାଗ, ଭାରଶା ସ୍ୱେଛାସେବୀ ଅନୁଷ୍ଠାନ ଓ ମେ ଆଇ ହେଲ୍ପ ୟୁ ର ମିଳିତ ଆୟୋଜନରେ ଜିଲା ସ୍ତରୀୟ ଉପଭୋକ୍ତା ସଚେତନତା କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଛି ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର କର୍ମଶାଳାକୁ ଉଦ୍ଘାଟନ କରି ଆମେ ସମସ୍ତେ ଜଣେ ଜଣେ ଖାଉଟି, ପ୍ରତ୍ୟେକ ସାମଗ୍ରୀର ପରିମାଣ ଗୁଣବତ୍ତା, ବୈଧ ସମୟର ଶେଷ ତାରିଖ ପ୍ୟାକେଟରେ ଲେଖା ଯିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଏସ୍ଓ ଦୀପକ ରଞ୍ଜନ ବେହେରା, ଖାଉଟି ଅଦାଲତର ସଭାପତି ନୀଳକଣ୍ଠ ପଣ୍ଡା, ଆଇନଜୀବୀ ଚକ୍ରଧର ମହାନ୍ତି, ସମାଜସେବୀ ମଦନ ଦାସ ମହାପାତ୍ର ପ୍ରମୁଖ ଖାଉଟି ଆଇନ ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ଭାରଶାର ସମ୍ପାଦକ ଯାଦବେଶ ମିଶ୍ର ଓ ଉବାଚକ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
