ପ୍ରଧାନମନ୍ତ୍ରୀଙ୍କ ମା’ ଙ୍କ ନିଧନରେ ଜିଲ୍ଲା ବିଜେପି ପକ୍ଷରୁ ଶ୍ରଦ୍ଧାଞ୍ଜଳୀ
କେନ୍ଦୁଝର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶତାୟୁ ମାତା ହୀରାବେନ ମୋଦି ଙ୍କ ନିଧନ ସାରା ଦେଶବାସୀଙ୍କୁ ମର୍ମାହତ କରିଛି । ଅତ୍ୟନ୍ତ ଗରିବ ପରିବାର ର ବୋହୁ ହୋଇ ଅନେକ ଘାତ ପ୍ରତିଘାତ ମଧ୍ୟରେ ନିଜ ଜୀବନକୁ ଅତିବାହିତ କରି ନିଜ ସନ୍ତାନ ସନ୍ତତି ଙ୍କୁ ଉଚିତ୍ ମାର୍ଗଦର୍ଶନ ଦେଇ ନୀତି, ଆଦର୍ଶ ଏବଂ ସଂସ୍କାର ର ପାଠ ପଢ଼ାଇ ଯୋଗ୍ୟ ବନେଇ ପାରିଥିଲେ ମାତା ହୀରାବେନ । ନରେନ୍ଦ୍ର ମୋଦୀ ଙ୍କ ପରି ସନ୍ତାନର ମାତା ଦିବଙ୍ଗତ ହୀରାବେନ ତାଙ୍କ ବିୟୋଗରେ ଶୁକ୍ରବାର ଦିନ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଅଛି । ସଦର ବିଧାୟକ ତଥା ବିରୋଧୀ ଦଳ ମୂଖ୍ୟ ସଚେତକ ମୋହନ ମାଝି, କେନ୍ଦୁଝର ନଗର ପାଳିକା ନିକୁ ସାହୁ, ଜିଲ୍ଲା ସମ୍ପାଦକ ଶିବ କୁମାର ରାଠୋର, ସମ୍ପାଦିକା ସସ୍ମିତା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ଅଶ୍ୱିନୀ ପଟ୍ଟନାୟକ, ଉପ ସଭାପତି ଗଣେଶ୍ୱର ମହାନ୍ତ, ଦିଲ୍ଲୀପ ପଣ୍ଡା, ରାଜେଶ ସିଂ, ବିଜୟ ବାରିକ, ଡେଭିଡ ମହାନ୍ତ, କାହ୍ନୁ ମହାନ୍ତ, ଦୁର୍ଗା ବାରିକ୍, ବବିତା ରାମ୍, ପ୍ରିୟଙ୍କା ସିଂ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ସମ୍ପାଦକ ରୁଦ୍ର ପ୍ରସାଦ ବେହେରା, ରୁପେଶ ରଣା, ପ୍ରିତମ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦେଶର ପ୍ରଧାନ ମନ୍ତ୍ରୀଙ୍କ ମା\’ଙ୍କ ସଂଘର୍ଷମୟ ଜୀବନୀ ଉପରେ ବିଧାୟକ ମୋହନ ମାଝି ଆଲୋକପାତ କରିଥଲେ । ହୀରାବେନ ସବୁ ମାଆ ମାନଙ୍କ ସଂଘର୍ଷ, ନିଷ୍ଠାପରତା ଏବଂ ତ୍ୟାଗର ଏକ ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି ଜିଲ୍ଲା ସଭାପତି ଶ୍ରୀ ମହାନ୍ତ ବର୍ମା । ସେହିପରି ସମସ୍ତ କାର୍ଯ୍ୟକର୍ତା ମାତା ହୀରାବେନ ଙ୍କ ଆତ୍ମାର ସଦଗତି କାମନା କରି ୩ ମିନିଟ ନୀରବ ପ୍ରାର୍ଥନା କରିଥଲେ ।
