ଟାଉନ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ଓ ଜୋତା ବଣ୍ଟନ
ବାଲେଶ୍ଵର : ସର୍ବପୁରାତନ ଟାଉନ ହାଇସ୍କୁଲର ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ସ୍କୁଲ ଡ୍ରେସ ଓ ଜୋତା ପ୍ରଦାନ କରାଯାଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ମୋଟ ୩୮୪ଜଣ ଛାତ୍ର ଛାତ୍ରୀ ଥିବାବେଳେ ଆଜି ଶତାଧିକ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟରେ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି । ସୋମବାର ଅବଶିଷ୍ଟ ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯିବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁମତି ରାଉତ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ନିୟମ ମୁତାବକ ଏଭଳି ସ୍କୁଲ ଡ୍ରେସ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ ବୋଲି ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ପାତ୍ର ସୂଚନା ଦେଇଛନ୍ତି । ପୋଷାକ ବଣ୍ଟନ ମୟରେ ଟାଉନ ସ୍କୁଲ ପୁରାତନ ଛାତ୍ର ସଂସଦର ସଭାପତି ସୁବ୍ରତ କର, ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି, ଏସଏମସି ସଭାପତି ପ୍ରଦୀପ କୁମାର ଖୁଣ୍ଟିଆ, ସ୍ଥାନୀୟ ୱାର୍ଡ କାଉନସିଲର ଗୌରୀ ଦାସ, ସିଆରସିସି ଆସିୟା ଖାତୁନ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଶିକ୍ଷକ ଦାମୋଦର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦ ଓ ଏସ ଏମ ସି ର ସଦସ୍ୟ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ।
