ଅଙ୍ଗନୱାଡିରେ ପାଚିକା ନିଯୁକ୍ତିକୁ ନେଇ ଅସନ୍ତୋଷ, ସିଡିପିଓଙ୍କୁ ପଞ୍ଚାୟତଅଫିସରେ ଅଟକ ରଖିଲେ ଗ୍ରାମବାସୀ
ବାଲେଶ୍ଵର : ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ ସାଙ୍ଗକୁ ଜିରୋ ଟଲରେନ୍ସ ଉପରେ ଗୁରୁତ୍ୱ ଦେଉଛନ୍ତି । ମାତ୍ର ତୃଣମୂଳ ସ୍ତରରେ କିଛି ସରକାରୀ ଅଧିକାରୀ ସରକାରଙ୍କ ଏସବୁ ନିୟମକୁ ଫୁ କରି ନିଜ ଇଚ୍ଛା ମୁତାବକ ପାଚିକା ନିଯୁକ୍ତି ଲାଗି ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସ ।
ମିଳିଥିବା ଅଭିଯୋଗ ମୁତାବକ ପ୍ରାୟ ଦୁଇମାସ ତଳେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରର ପାଚିକା ଅବସର ଗ୍ରହଣ କରିଥିବାରୁ ନୂତନ ପାଚିକା ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବା ନିୟମ ରହିଛି । ଏହା ସହିତ ୱାର୍ଡ ମେମ୍ବରଙ୍କୁ ଅବଗତ କରାଯିବା ସହ ଅଙ୍ଗନୱାଡି ଦିଦି ଗ୍ରାମର ଲୋକଙ୍କୁ ଏ ସମ୍ପର୍କରେ ଲିଖିତ ନୋଟିସ ମାଧ୍ୟମରେ ଅବଗତ କରି ପଂଚାୟତ କାର୍ଯ୍ୟଳୟରେ ଥିବା ନୋଟିସ ବୋର୍ଡ ରେ ସୂଚନା ଲଗାଇବା ନିୟମ ରହିଛି। ମାତ୍ର ଏସବୁ ନିୟମକୁ ଜାଣି ଶୁଣି ଅବମାନନା କରଯାଇଥିବା ଲୋକେ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଲୋକେ ଅବଗତ ନ ହେବାରୁ ଅଙ୍ଗନ ୱାଡି ଦିଦିଙ୍କ ସମ୍ପର୍କୀୟ ମହିଳା ନିଜକୁ ସ୍ୱାମୀ ପରିତ୍ୟକ୍ତ ଦର୍ଶାଇ ଏକାକୀ ଆବେଦନ ପତ୍ର ଦାଖଲ କରିଥିବାରୁ ଗ୍ରାମବାସୀ ଏଥିରେ ସି ଡି ପି ଓ, ଅଙ୍ଗନ ୱାଡି ଦିଦି ଓ ଖୋଦ ସରପଞ୍ଚ ମହାଶୟ ଜାଲିଆତି ରେ ସମ୍ପୃକ୍ତ ଥିବା ସନ୍ଦେହ କରି ସିଡିପିଓଙ୍କୁ ପଂଚାୟତ ଅଫିସ ରେ ଘେରାଓ କରି ଅଟକ ରଖିଥିଲେ। ପୋଲିସ ପହଂଚି ଅଧିକାରୀଙ୍କୁ ଉଦ୍ଧାର କରିଥିଲା । ଗ୍ରାମବାସୀ ମାନେ ପୁଣିଥରେ ନିଯୁକ୍ତି ନୋଟିସ ପ୍ରକାଶ ସହ ସି ଡି ପି ଓ ଙ୍କ ଚଞ୍ଚକତା ଉପରେ ତଦନ୍ତ କରିବାକୁ ଗୁହାରି କରିଛନ୍ତି
