ଅନ୍ଧ-ମୁକ-ବଧିର ଛାତ୍ରଛାତ୍ରୀଙ୍କୁ ଭୋଜନ ଓ ଜୋତା ବଣ୍ଟନ
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୂରା ପଞ୍ଚାୟତର ହାସିମପୁର ଉଦୟ ନାରାୟଣ ହାଇସ୍କୁଲର ୨୦୦୨ ମସିହା ମ୍ୟାଟ୍ରିକ ବ୍ୟାଚ୍ର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଡଗରା ମଦର ଟେରେସା ଅନ୍ଧ-ମୁକ-ବଧିର ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜୋତା ବଣ୍ଟନ କରଯାଇଛି ।
ଉକ୍ତ ବ୍ୟାଚ୍ର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦୀର୍ଘବର୍ଷ ଧରି ପ୍ରତି ବର୍ଷ ଫେବୃୟାରୀ ୨୬ ତାରିଖରେ ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସାହାଯ୍ୟ କରିବା ସହିତ ବିଭିନ୍ନ ସ୍ଥାନର ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥାନ୍ତି । ପବିତ୍ର ମୋହନ ପାତ୍ର, ଚନ୍ଦ୍ର ମୋହନ ସାହୁ, ଆଲୋକ ଦାସ, ଜନ୍ମେଜୟ ମହାପାତ୍ର, ସୁଶାନ୍ତ ସାହୁ, ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏହି ଦିନ ବ୍ୟାଚ୍ର ସମସ୍ତ ବନ୍ଧୁମାନେ ଏକତ୍ରିତ ହୋଇ ନିଜ ମଧ୍ୟରେ ସୁଖଦୁଃଖ ବାଣ୍ଟିବା ସହିତ ସାମାଜିକ କାର୍ଯ୍ୟ କରି ଖୁସି ଅନୁଭବ କରିଥାନ୍ତି । ରାମକୃଷ୍ଣ ପାତ୍ର, ନାରାୟଣ ରଣା, ଦିଲ୍ଲୀପ ସାମଲ, ଦୀନକୃଷ୍ଣ ଜେନା,ସଞ୍ଜୀବ କର, ବସନ୍ତ ଗଙ୍ଗାଇ, ରାମକୃଷ୍ଣ କମିଳା, ଦେବାଶିଷ ସାହୁ, ପ୍ରଭାତ ବାରିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଭୋଜନ ଦାୟିତ୍ୱ ତୁଲାଇଥିବା ବେଳେ ସୁତାଂଶୁ ନାଥ, ପ୍ରଦୀପ ଦାସ, ଆଲୋକ ନାୟକ, ଅଜୟ ଜେନା, ରାଜସ୍ମିତା ନାୟକ, ହେମନ୍ତ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
୧- ବାଲିଆପାଳ- ସୋମବାର- ଛାତ୍ରୀଛାତ୍ରଙ୍କ ସହ ୨୦୦୨ ବ୍ୟାଚ୍ର ବନ୍ଧୁମାନେ
