ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ
ବାଲିଆପାଳ : ବାଲିଆପାଳ ଲାୟନ୍ସ କ୍ଲବ ପକ୍ଷରୁ ଗତ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବିଭିନ୍ନ ସ୍ଥାନରେ ଅସହାୟ ଲୋକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଅବସରରେ ଶନିବାର ବାଲିଆପାଳ ବ୍ଲକ ଛକ ନିକଟରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । କ୍ଲବର ସଦସ୍ୟମାନେ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି କହିଥିଲେ ଯେ ଏହି ସାହାଯ୍ୟ ସମୁଦ୍ରକୁ ଶଙ୍ଖେମାତ୍ର । ତଥାପି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ରହିଥିବା ଗରିବ ନିଷ୍ପେସିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ବାଲିଆପାଳ ଲାୟନ୍ସ କ୍ଲବର ସଭାପତି ଲାୟନ ଅଜୟ କୁମାର ସାହୁ, ସମ୍ପାଦକ ଲାୟନ ତରୁଣ କୁମାର ମହାପାତ୍ର, ଜେଡ ସି ଲାୟନ ନବୀନ କୁମାର ପାତ୍ର, କୋଷାଧ୍ୟକ୍ଷ ଲାୟନ ଭୁବନ ମୋହନ ପିଳା, ଉପସଭାପତି-୧ ଲାୟନ ଅନାଦି ଚରଣ ଗିରି, ପୂର୍ବତନ ସଭାପତି ତଥା ବରିଷ୍ଠ ସଦସ୍ୟ ଲାୟନ ଝାଡେଶ୍ୱର ପ୍ରଧାନ, କ୍ଲବର ବରିଷ୍ଠ ସଦସ୍ୟ, ଲାୟନ ଅନନ୍ତ ରାଉଳ, ଲାୟନ ଡ. ସୁଶାନ୍ତ ଦାସ, ଲାୟନ ପୀତବାସ ଗିରି, ଲାୟନ ପ୍ରଶାନ୍ତ ସାହୁ, ଲାୟନ ଜ୍ୟୋତିଶଙ୍କର ଭୂୟାଁ, ଲାୟନ ଡ. ଗୟାରାମ ଗଙ୍ଗାଇ, ଲାୟନ ଅଦୈତ୍ୟ ବାଗ ପ୍ରମୁଖ ଉପସ୍ଥିତ ହୋଇ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବାଲିଆପାଳ ବ୍ଲକ ଛକର ଗିଭିଙ୍ଗ ହେଲପିଙ୍ଗ ପିଲା ମାନେ ସହଯୋଗ କରିଥିଲେ ।
