ଓକିଲ ସଂଘ ଗଠନ ନେଇ ଆଲୋଚନା
ଖଇରା : ବାଲେଶ୍ୱର ଜିଲା ଅଧୀନ ଖଇରା ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଇନଜୀବୀମାନଙ୍କର ଏକ ବୈଠକ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ବରିଷ୍ଠ ଆଇନଜୀବୀ କାଶିନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ । ଖଇରା ବ୍ଲକରୁ ସବ୍ଡିଭିଜନ, ଜିଲା, ଉଚ୍ଚ ଓ ଉଚ୍ଚତମ ଅଦାଲତରେ କାର୍ଯ୍ୟରତ ଓକିଲ ବନ୍ଧୁମାନେ ଯୋଗଦେଇ ଏକ ସଂଘ ଗଠନ କରିବା ଉପରେ ପ୍ରସ୍ତାବ ରଖିଥିଲେ । ଖଇରା ଠାରେ ଫୌଜଦାରୀ ଓ ଦେୱାନୀ ଅଦାଲତ ପ୍ରତିଷ୍ଠା ପାଇଁ ବ୍ଲକ ପରିସରରେ ଯାଗା ନିରୁପଣ ପରେ ଭିତ୍ତିଭୂମି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅସନ୍ତା ୨ ରୁ ୩ ମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଅଛି ।
