୨୩ତମ ଦଶାବତାର ମହାଯଜ୍ଞ ଶୁଭାରମ୍ଭ
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଚ୍ୟୁତପୁର ପଞ୍ଚାୟତ ଶିରିପୁର ବାସିନ୍ଦିପୁର ଠାରେ ୬ଦିନିଆ ୨୩ତମ ଦଶାବତାର ମହାଯଜ୍ଞ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଛି । ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ତାରକେଶ୍ୱର ମନ୍ଦିରରୁ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଯଜ୍ଞମଣ୍ଡପକୁ ଅଣାଯାଇଥିଲା ।
ପଣ୍ଡିତ ରଘୁନାଥ ପାଢୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଯଜ୍ଞରେ ପଣ୍ଡିତ ବ୍ରଜକିଶୋର ଶତପଥି, ମଦନମୋହନ ପଣ୍ଡା, ରବିନାରାୟଣ ଶତପଥି ପ୍ରମୁଖଙ୍କ ଦ୍ୱାରା ଯଜ୍ଞକର୍ମ ସମ୍ପାଦିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଏସ୍ଆର୍ ଗ୍ରୁପ ଅଧ୍ୟକ୍ଷ ରାଜେଶ ମହାକୁଡ଼, ମହେଶ୍ୱର ନାଥ ପ୍ରମୁଖ ଉପସ୍ଥିତ ବିଗ୍ରହ ମାନଙ୍କୁ ମଣ୍ଡପ ପର୍ଯ୍ୟନ୍ତ ନେଇଥିଲେ ।
