ଜିଲା କଳାକାର ସଙ୍ଘ ସମୀକ୍ଷା ବୈଠକ
ବାଲିଆପାଳ : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ନାଇକୁଡ଼ି ଗ୍ରାମ ପଞ୍ଚାୟତର ବାଳିଆପାଟି ଶକ୍ତୀ ମୟୀ ପୀଠ ପ୍ରାଙ୍ଗଣରେ ରବିବାର ଜିଲା କଳାକାର ସଙ୍ଘ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଝାଡ଼େଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଙ୍ଘର ବିଗତ ବାର୍ଷିକ ଉତ୍ସବର ସମୀକ୍ଷା କରାଯାଇଥିଲା । ଜିଲା ସମ୍ପାଦକ ପ୍ରଫୁଲ୍ଲ କୁମାର ଘୋଷ ଶାଖା ସଭାପତି ବିଜୟ କୁମାର ଜେନା ପ୍ରମୁଖ ସମସ୍ତ ବନ୍ଧୁମାନଙ୍କୁ ସଠିକ୍ ଭାବେ ବାର୍ଷିକ ଖର୍ଚ୍ଚ ହିସାବ ଉପସ୍ଥାନ କରି ବା ସହିତ ଆଗାମୀ ଦିନରେ ସମସ୍ତ ଯୋଗ୍ୟ କଳାକାରକୁ କିଭଳି ଭତ୍ତା ମିଳିପାରିବ ସେ ବିଷୟରେ ଆଲୋଚନା କରିଥିଲେ । ରବିନ୍ଦ୍ର ଦେ, ବୀରେନ ଗୋଛାୟତ, ଲକ୍ଷ୍ମୀଧର ଜେନା, ପ୍ରଫୁଲ୍ଲ କୁମାର ବାଗ, ଅନିରୁଦ୍ଧ ଜେନା ଅନିରୁଦ୍ଧ ବେହେରା ଦାମୋଦର ବୈଠା, ବିକରତନ ପାତ୍ରଙ୍କ ସହିତ ସଂଘର ଅନ୍ୟ ସଦସ୍ୟ ମନେ ଉପସ୍ଥିତ ଥିଲେ ।
