କୁମ୍ଭୀଖାରିରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କଲେ ଡିଆଇଜି ମଦନ ଲାଲ୍
ଜୟପୁର : ଶନିବାର ଦିନ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଂଚାୟତର କୁମ୍ଭୀଖାରି ଠାରେ ୧୫୧ ବିଏନ୍ ବିଏସ୍ଏଫ୍ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଡିଆଇଜି ମଦନ ଲାଲ୍ଯୋଗ ଦେଇ ନୂତନ ବିଏସଏଫ କ୍ୟାମ୍ପରେ ଜାତୀୟ ପତକା ଉଡାଇ ପ୍ରତିଷ୍ଠା ହୋଇଯାଇଛି । କୁମ୍ଭୁଖାରି ଅଂଚଳରେ ମାଓବାଦୀଙ୍କ ଗତିବିଧି କୁ ଦୃଷ୍ଟିରେ ରଖି ଏଠାରେ ନୂତନକ୍ୟାମ୍ପ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିବା ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ କମାଡାଣ୍ଡ ଅଜୟ କୁମାର, କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲୀ,ଡିସି ବିରଞ୍ଚି କୁମାର,ଏସି ତରୁଣ ପ୍ରଧାନ, ଅମିତ ବିଶ୍ୱକର୍ମା ଏବଂ ଅମଗଡଲିର ସହଦେବ ବଡନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କୁମ୍ଭୀଖାରି ଠାରେ ମେଡିକାଲ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । କୁମ୍ବିଖାରୀ ସହ ଆଖ ପାଖ ଅଂଚଳ ଗରମପାନି ଏବଂ ଅମଗନ୍ଦଲି ଗ୍ରାମର ପ୍ରାୟ ୭୦ ଗ୍ରାମବାସୀ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
