ବୋଡିଗାଁ ରେ ୬୭ ଚାଷୀ ଟୋକେନ୍ ପାଇବାରୁ ବଞ୍ଚିତ
ବୋରିଗୁମ୍ମା : ଖରିଫ ଋତୁ ଧାନ ମଣ୍ଡି ସାରା ରାଜ୍ୟରେ ଆରମ୍ଭ ହୋଇଛି।ଚାଷୀ ବର୍ଷ ସାରା ଚାଷ କରିଥିବା ନିଜ ଝାଳବୁହା ଧାନ କୁ ବିକ୍ରି କରିବା ପାଇଁ ମଣ୍ଡି କୁ ଅପେକ୍ଷା କରିଥାଏ।କିନ୍ତୁ ମଣ୍ଡି ରେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ସମସ୍ୟା ଯୋଗୁଁ ଚାଷୀ ହେଉଛନ୍ତି ହନ୍ତସନ୍ତ।କେଉଁଠି ଟୋକେନ୍ ଟେନ୍ସନ ତ କେଉଁଠି କଟନୀ ଛଟନୀ କୁ ନେଇ ଚାଷୀ ଚିନ୍ତାରେ।ବୋରିଗୁମ୍ମା ବ୍ଲକରେ ଅନେକ ପଞ୍ଚାୟତ ରେ ଖରିଫ ଧାନ ମଣ୍ଡି ଆରମ୍ଭ ହୋଇଯାଇଥିବା ବେଳେ ବିଭିନ୍ନ ମଣ୍ଡି ରେ ଅନେକ ସମସ୍ୟା ଦେଖାଦେଇଛି।ବୋରିଗୁମ୍ମା ବ୍ଲକ ବୋଡିଗାଁ ରେ ପ୍ରାୟ ୬୭ ଜଣ ଚାଷୀ ଏ ପର୍ଯ୍ୟନ୍ତ ଟୋକେନ୍ ପାଇବାରୁ ବଞ୍ଚିତ ହୋଇଛନ୍ତି।ଅସଲ ଚାଷୀ ଙ୍କ ନାମରେ ଟୋକେନ୍ ପ୍ରାପ୍ତ ହୋଇ ନାହିଁ ବରଂ ଉପଗ୍ରହ ଯାଞ୍ଚ ରେ ତ୍ରୁଟି ରହିଛି ନା ରାଜସ୍ୱ ନିରୀକ୍ଷକ ଙ୍କ ସର୍ଭେ ରେ ତ୍ରୁଟି ରହିଛି ଫଳରେ ଚାଷୀ ନିଜ ନିଜ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ଅନେଇ ବସିଛନ୍ତି।ଉପଗ୍ରହ ସର୍ଭେ ଅନୁସାରେ ଅସଲ ଚାଷ ଜମି କୁ ଦେଖା ଦେଇଛି କେଉଁଠି ନୀଳଗିରି ଜଙ୍ଗଲ ତୋ କେଉଁଠି ମକା ଚାଷ ଜମି।ଏଭଳି ତ୍ରୁଟି ଯୋଗୁଁ ଚାଷୀ ଟୋକେନ୍ ପାଇବାରେ ବଞ୍ଚିତ ହୋଇଛନ୍ତି।ଏ ନେଇ ବୋଡିଗାଁ ର ଅନେକ ଚାଷ ଜିଲ୍ଲାପାଳ ,କୃଷି ସଚିବ ଏବଂ କୃଷି ମନ୍ତ୍ରୀ ଅତୁନ ସବ୍ୟସାଚୀ ଙ୍କୁ ଭେଟି ଟୋକେନ୍ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ବୋଡିଗାଁ ଅଞ୍ଚଳର ପ୍ରାୟ ୬୭ ଜଣ ଅସଲ ଚାଷୀ ଙ୍କୁ ଟୋକେନ୍ ମିଳିନଥିବା ଘୋଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଆଜି ବୋଡିଗାଁ ରାଜସ୍ୱ ନିରୀକ୍ଷକ ଆଦିତ୍ୟ ଖରା, ଯୋଗାଣ ଅଧିକାରୀ ବିଶ୍ଵଜିତ ଦାସ,ଗ୍ରାମ ସେବକ ପ୍ରମୁଖ ଏକ ଟିମ ପହଁଞ୍ଚି ଚାଷ ଜମି କୁ ଯାଞ୍ଚ କରିଥିଲେ। ଅତି ଶୀଘ୍ର ସମସ୍ୟା ର ସମାଧାନ ହେବ ବୋଲି କହିଛନ୍ତି।ସେପଟେ ଆଗାମୀ ଦିନରେ ଟୋକେନ୍ ସମସ୍ୟାର ସମାଧାନ ନ ହେଲେ ମଣ୍ଡି ଅଚଳ କରିବେ ଏବଂ ଚାଷୀ ରାଜରାସ୍ତାକୁ ଉଲ୍ଲାଇବା ପାଇଁ ବୋଲି ଚାଷୀ ବେଣୁ ମାଧବ ସେଠୀ, ଶ୍ରୀନିବାସ ତ୍ରିପାଠୀ ଓ ଅନ୍ୟ ଚାଷୀ ବୃନ୍ଦ ଚେତାବନୀ ଦେଇଛନ୍ତି।
