ଅସହାୟ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ, ସାଧାରଣରେ ପ୍ରଶଂସା ସାଉଁଟିଲେ ଶୁଭେନ୍ଦୁ
ନୀଳଗିରି : ମାନବ ସେବା ହିଁ ମାଧବ ସେବା । ଏହି ମନୋଭାବ ରଖି ଜଣେ ଅସହାୟ ଦିବ୍ୟାଙ୍ଗଙ୍କୁ ସହଯୋଗର ହାତ ବଢାଇବା ସହ ସରକାରୀ ସ୍ତରରେ ଟ୍ରାଇ ସାଇକେଲର ବ୍ୟବସ୍ଥା ମଧ୍ୟ କଲେ। ଏହିଭଳି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ସହଯୋଗ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା ସାଉଣ୍ଟୁଛନ୍ତି ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ।

ସୁଚନା ଯେ, ବାଲେଶ୍ଵର ଜିଲା ନୀଳଗିରି ବ୍ଲକ ଅଧିନ ମଛୁଆ ପଞ୍ଚାୟତର ସତ୍ୟନାରାୟଣ ପରିଡ଼ା। ସେ ଜନ୍ମରୁ ଦିବ୍ୟାଙ୍ଗ। ସରକାରଙ୍କ ପକ୍ଷରୁ ମାସିକ ଭତ୍ତା ପାଉଥିବା ବେଳେ ବହୁ ଦିନ ପୂର୍ବରୁ ଟ୍ରାଇ ସାଇକେଲ ଟିଏ ପାଇଥିଲେ। କିନ୍ତୁ କାଳ କ୍ରମେ ସାଇକେଲଟି ଭାଙ୍ଗିରୁଜି ଯିବାରୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଗତ ଗୁରୁବାର ଦିନ ରାଜ୍ୟ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ କୌଣସି କାର୍ଯ୍ୟ ଯୋଗୁଁ ବାଲେଶ୍ଵରରୁ କାଂଶ ଗସ୍ତରେ ଯାଉଥିଲେ। ମିତ୍ରପୁର ନିକଟରେ ଡହ ଡହ ଖରାରେ ଅସହାୟ ଦିବ୍ୟାଙ୍ଗ ସତ୍ୟନାରାୟଣଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା। ମାନବିକତା ଦୃଷ୍ଟିରୁ ସେ ଗାଡିରୁ ଓହ୍ଲାଇ ସତ୍ୟନାରାୟଣଙ୍କ ସହ କଥାବାର୍ତ୍ତା କରି ସମସ୍ତ ବିଷୟରେ ଜାଣିବାକୁ ପାଇଥିଲେ । ସେଠାରୁ ସତ୍ୟନାରାୟଣଙ୍କୁ ଗାଡ଼ି ଯୋଗେ ଶ୍ରୀ ମଙ୍ଗରାଜ ନୀଳଗିରି ବ୍ଲକକୁ ଆଣିଥିଲେ । ପରେ ନୀଳଗିରି ବିଡ଼ିଓ ରାହୁଲ୍ ମଣ୍ଡଳଙ୍କୁ ସାକ୍ଷାତ କାରି ସମସ୍ୟା ବିଷୟରେ ଅବଗତ କରାଇଥିଲେ। ବିଡ଼ିଓ ଶ୍ରୀ ମଣ୍ଡଳ ଉକ୍ତ ବିଷୟରେ ଜାଣିବା ସହ ତୁରନ୍ତ ଦିବ୍ୟାଙ୍ଗଙ୍କୁ ଏକ ଟ୍ରାଇ ସାଇକେଲର ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଥିଲା । ଉକ୍ତ ସମୟରେ ଶ୍ରୀ ମଙ୍ଗରାଜଙ୍କ ସମେତ ନୀଳଗିରି ବିଜେଡି ଏନ୍ଏସି ଅନୁସୂଚିତ ଜାତିର ସଭାପତି ଶରତ ଦାସ, ସମାଜସେବୀ ଉଦୟ ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଦିବ୍ୟାଙ୍ଗ ସତ୍ୟନାରାୟଣ ଶ୍ରୀ ମଙ୍ଗରାଜଙ୍କୁ ସାଧୁବାଦ ଜଣାଇଥିବା ବେଳେ ଏପରି ମହାନତା କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।
