କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର ମଧ୍ୟ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ
କଟକ : କାର୍ତ୍ତିକ ମାସର ପ୍ରଥମ ସୋମବାର ଭଳି ଦ୍ୱିତୀୟ ସୋମବାର ମଧ୍ୟ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ। ସୋମବାର ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ନ ଆସିବାକୁ କୁହାଯାଇଛି। କେବଳ ସେବାୟତମାନେ ମନ୍ଦିରରେ ଉପସ୍ଥିତ ରହି ନୀତିକାନ୍ତି ସଂପନ୍ନ କରିବେ।
