ଶ୍ରୀମନ୍ଦିର ଗର୍ଭଗୃହକୁ ପଶି ସିଂହାସନ ଛୁଇଁଲେ ଭକ୍ତ
ପୁରୀ : ମହାମାରୀ କରୋନା ସଂକ୍ରମଣ ଏବେ କମିଥିବାରୁ ରାଜ୍ୟର ବିଭିନ୍ନ ମଠ ଓ ମନ୍ଦିର ଆସ୍ତେ ଆସ୍ତେ ଖୋଲୁଛି। ଏହି ପରିପ୍ରେକ୍ଷୀରେ ଦୀର୍ଘଦିନ ପରେ ପୁରୀ ଜଗନ୍ନାଥ ମନ୍ଦିର ଭକ୍ତଙ୍କ ନିମନ୍ତେ ଖୋଲିଥିଲା । ମାତ୍ର ବିଭିନ୍ନ ପ୍ରକାରର କଟକଣାକୁ ପାଳନ କରି ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି । ହେଲେ ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ। କଡ଼ା ସୁରକ୍ଷା ପରେ ମଧ୍ୟ ଏହା କିପରି ହୋଇପାରିଲା ତାହା କୁ ପ୍ରଶ୍ନ ଉଠିଛି । କରୋନା ପାଇଁ ସାମାଜିକ ଦୁରତା,ଦୀପ,ଭୋଗ ତଥା ଠାକୁରଙ୍କ ଛୁଇଁବା ଉପରେ ରୋକ୍ ଲାଗିଥିବା ବେଳେ ଏପରି କାର୍ଯ୍ୟପରେ ଚିନ୍ତାରେ ମନ୍ଦିର ପ୍ରଶାସନ ।
ସୂଚନା ଯେ, ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କର ଭିତରକାଠ ଦର୍ଶନ ଚାଲିଥିଲା। ଏହି ସମୟରେ ଜଣେ ଭକ୍ତ ଧୁକୁଡି ଦ୍ୱାର ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଥିଲେ। ପରେ ଦୌଡ଼ି ଦୌଡ଼ି ଯାଇ ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ ପ୍ରଣାମ କରିଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଥିବା ଜେଟିପି ଓ ପ୍ରତିହାରୀ ସେବକ ତାଙ୍କୁ ଧରି ଗାରଦକୁ ନେଇଛନ୍ତି।
