ବାଲି ଚୋରା ଚାଲାଣ ରୋକିବାକୁ ଜିଲ୍ଲାପାଳଙ୍କ ଠାରେ ଦାବି
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅଧିନ ଚନ୍ଦନପୁର ପଂଚାୟତର ବବ୍ରାହ୍ମଣୀ ନଦୀର ଦକ୍ଷିଣ ଘାଇ ନଦୀ ଭିତରୁ ରାତି ଅଧିଆ ବାଲି ଚୋରା ଚାଲାଣ କରାଯାଉ ଥିବା ନେଇ ସ୍ଥାନୀୟ ଅଧିବାସୀ ମାନେ ବିଜୁ ଶ୍ରମିକ ସାମୁକ୍ଷ୍ୟ ଜିଲ୍ଲା ସଭାପତି ଦୁର୍ଗାଶିଷ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବ୍ରାହ୍ମଣୀ ନଦୀର ଦକ୍ଷିଣ ଘାଇ ନିକଟରୁ ବଡ ବଡ ଟ୍ରକରେ ରାତି ଅଧିଆ ବାଲି ଚୋରା ଚାଲାଣ କରାଯାଉଛି । ଫଳରେ ନିକଟରେ ଥିବା ଚାଷଜମି ନଷ୍ଟ ହେବା ସହ ଭବିଷ୍ୟତରେ ଗ୍ରାମବାସୀଙ୍କ ପ୍ରତି ବନ୍ୟା ଆଶଙ୍କା ଦେଖା ଦେଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ସହ ଆଇ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ତେବେ ସ୍ଥାନୀୟ ସରପଂଚ କିଛି ଜାଣିନଥିବା କହୁଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସେକ ଆଶିକ, ବିଜୟ କୁମାର ମଲିକ, ବାବର ଖାନ, ବନମାଳୀ ମିଶ୍ର, ଦିପକ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
