ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଦୀପ ଦାନ, ଫଳ ବଣ୍ଟନ ଓ ରକ୍ତଦାନ ଶିବିର
ବସ୍ତା : ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରବିବାର ଈଶ୍ୱରବର୍ତ୍ତୀ ମନ୍ଦିରରେ ସମୂହ ଦୀପ ଦାନ କରାଯାଇଛି । ଏହି ଅବସରରେ ଏସ୍ଏନ୍ ହାଇସ୍କୁଲରେ ବିଶାଳ ରକ୍ତଦାନ ଶିବିର ସହ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଦଳ ପକ୍ଷରୁ ଫଳ ବଣ୍ଟନ କରାଯାଇଛି ।
ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ସୁବାସିନୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ଶତାଧିକ ମହିଳା ଓ ପୁରୁଷ କର୍ମୀଙ୍କ ସହ ଶ୍ରୀମତୀ ଜେନା ଏକ ବିଶାଳ ଶୋଭାଯାତ୍ରାରେ ଈଶ୍ୱରବର୍ତ୍ତୀ ମନ୍ଦିର ନିକଟରେ ପହଞ୍ôଚ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ନିରୋଗ ଜୀବନଯାପନ କାମନା କରି ୧୦୮ ଦୀପଦାନ କରିଥିଲେ । ବ୍ଲକ ବିଜେଡି ସଭାପତି ଅନିଲ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ଜିଲାପରିଷଦ ସଦସ୍ୟା ସୁଜାତା ରାଣୀ ଦଣ୍ଡପାଟ ଓ ବିଷ୍ଣୁପ୍ରିୟା ବୁଗୁଡ଼ିଙ୍କ ସମେତ ଯୁବନେତା ଦେବୀ ପ୍ରସାଦ ଭଞ୍ଜ, ଅଞ୍ଜନ ଦଣ୍ଡପାଟ, ଚିନ୍ମୟ ଶତପଥୀ, ମନୋରଞ୍ଜନ ବିଶ୍ୱାଳ, ଲିପିକା ରାଉଳ, ପ୍ରତିମା ଦାସ, ମମତା ଭଞ୍ଜ, ତାପସ ପରିଡ଼ା ଓ ବିଭିନ୍ନ ପଞ୍ଚାୟତର ସଭାପତି, ସରପଞ୍ଚ, ସମିତିସଭ୍ୟାସଭ୍ୟ ଉପସ୍ଥିତ ଥିଲେ ।
