ଭୁବନେଶ୍ୱରରେ ଅଟୋ ଭିତରୁ ମୃତ ଦେହ ଉଦ୍ଧାର
ଭୁବନେଶ୍ୱର : ରାଜଧାନୀର ଏକ ଅଟୋ ଭିତରୁ ମୃତଦେହ ଉଦ୍ଧାର ହୋଇଛି । । ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପାଖରେ ଅଟୋରୁ ଏକ ମୃତ ଦେହ ଉଦ୍ଧାର ହୋଇଥିବା ଜଣା ପଡିଛି । ପୋଲିସ ଏ ସମ୍ପର୍କରେ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପାହାଳ ଅଂଚଳର ଜଣେ ଡ୍ରାଇଭରଙ୍କୁ ପଚରାଉଚରା କରୁଥିବା ଜଣା ପଡିଛି । ମୃତକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବା ଅନୁମାନ କରାଯାଇଛି ।
