ଆହାର ଯୋଜନାକୁ ପୁରିଲା ୮ ବର୍ଷ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର : ରାଜ୍ୟରେ ପାଞ୍ଚ ଟଙ୍କାରେ ପେଟପୁରା ଖାଦ୍ୟ ପ୍ରଦାନର ଯୋଜନା ଆହାରକୁ ୮ ବର୍ଷ ପୂର୍ତି ହୋଇଛି । ଏହି ଅବସରରେ ଏହି ସେବା ସହ ଜଡିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଦିନ ହେଉ କି ରାତି ଲୋକମାନଙ୍କୁ ୫ ଟଙ୍କାରେ ପୁଷ୍ଟିକର ଓ ପେଟପୁରା ଖାଦ୍ୟ ଯୋଗାଇ ‘ଆହାର’ ସମସ୍ତଙ୍କ ନିକଟତର ହୋଇପାରିଛି । ଏହା ପଛରେ ମିଶନ ଶକ୍ତି ମା’ମାନେ ବଡ଼ ଭୂମିକା ନିର୍ବାହ କରୁଛନ୍ତି । ‘ଆହାର’ ସେବାର ୮ବର୍ଷ ପୂର୍ତ୍ତି ଅବସରରେ ଏହାକୁ ସଫଳତାର ନୂଆ ଶିଖରରେ ପହଂଚାଇଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ସାଧୁବାଦ ଜଣାଉଛି ।
