ମହୁଲ ଗଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ତେଲକୋଇ : ମହୁଲ ଗଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ କେନ୍ଦୁଝର ଜିଲା ତେଲକୋଇ ଥାନା ବଳଭଦ୍ରପୁର ପଞ୍ଚାୟତ ନୂଆଗାଁର ଲକ୍ଷ୍ମଣ ପୂର୍ତ୍ତିଙ୍କ ଝିଅ ଯମୁନା ପୂର୍ତ୍ତି ବୋଲି ଜଣାପଡ଼ିଛି ।
ସୂଚନା ଯେ, ସ୍ଥାନୀୟ ଲୋକେ ଗାଧୋଇବା ପାଇଁ ଯିବା ବେଳେ ଶିଆରିମାଳିଆ ଜମିରେ ଥିବା ଏକ ମହୁଲ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ପରିବାର ଲୋକେ ଏବଂ ପୋଲିସକୁ ଖବର ଦେଇଥିଲେ । ଉଭୟ ପରିବାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ବି ସହଯୋଗ ନେଇପାରେ ପୋଲିସ ।
