ଶୋଇଛି ଦଶପଲ୍ଲା ଅବକାରୀ ବିଭାଗ, ଧରୁଛି ଜିଲ୍ଲା ସ୍କ୍ୱାର୍ଡ
ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ଏନଏସିର ମହୁଲିଆ ଗ୍ରାମରୁ ନୟାଗଡ଼ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ଆଜି ସକାଳେ ଅତର୍କିତ ଚଢାଉକରି ୧୬୦ବୋତଲ କଫ୍ ସିରଫ୍ ଜବତ୍ କରିଛନ୍ତି। ଘଟଣାରେ ବିଶ୍ବନାଥ ପ୍ରଧାନ ଙ୍କ ପୁତ୍ର ଲକ୍ଷ୍ମୀଧର ପ୍ରଧାନ( ୩୫ ବର୍ଷ) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଜିଲ୍ଲା ଅବକାରୀ ମୋବାଇଲ ସବଇନିସିପେକ୍ଟର ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ଚଢାଉରେ ପ୍ରଫୁଲ କୁମାର ଗୁରୁ, ଦେବୀ ପ୍ରସାଦ ପାଣି, ଲକ୍ଷ୍ମୀଧର ବେହେରା, ବିକାଶ ଜେନା, ପ୍ରଶାନ୍ତ ସେଠୀ ଓ ହରପ୍ରିୟା ମଲ୍ଲିକ ପ୍ରମୁଖ ସାମିଲ୍ ହୋଇଥିଲେ। ନୟାଗଡ଼ ଅବକାରୀ ସ୍କ୍ୱାର୍ଡ ଚଢାଉ କରି ଧରୁଥିବାବେଳେ ଦଶପଲ୍ଲା ଅବକାରୀ ବିଭାଗର କାର୍ଯ୍ୟଧାରାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
