ଦାରାସେନାର ରାଷ୍ଟ୍ରୀୟ ସଭାପତି ମୁକେଶ ଜୈନ ନ୍ୟାୟ ଅପେକ୍ଷାରେ
କଟକ : ଦାରାସେନାର ରାଷ୍ଟ୍ରୀୟ ସଭାପତି ଆଇଆଇଟି ଇଂ ମୁକେଶ ଜୈନଙ୍କ ପ୍ରତି ଅନ୍ୟାୟ ହୋଇଥିବା କଥା ସୁପ୍ରୀମ କୋଟର ଜଣାସୁଣା ଆଡଭୋକେଟ୍ ଏ.ପି.ସିଂହ ଅଭିଯୋଗ କରିଛନ୍ତି । ସେ କହିଛନ୍ତିଯେ, ଏକ ସାମାଜିକ ଗଣ ମାଧ୍ୟମର ମେସେଜକୁ ନେଇ ଦାରାସେନା ଅଧ୍ୟକ୍ଷଙ୍କୁ ଓଡ଼ିଶା ପୋଲିସ ୪ଟି ଗୁରୁତର ଦଫାରେ ଗିରଫ କରିଥିଲା । ମୁକେଶ ଜୈନଙ୍କୁ ଆଇନ ଉଲ୍ଲଂଘନ କରି ବାଲେଶ୍ୱର କାରାଗାରରେ ୧୪ ମାସ ପର୍ଯ୍ୟନ୍ତ ରଖାଯାଇଥିଲା । ଫଳରେ ମୁକେଶ ଜୈନଙ୍କ ମୈାଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି । ଓଡିଶା ପୋଲିସ ଏବଂ କିଛି ବ୍ୟକ୍ତିବିଶେଷ ମୁକେଶ ଜୈନଙ୍କ କ୍ଷତି କରିବାପାଇଁ ଷଢ଼ଯନ୍ତ୍ର କରିଥିବା କଥା କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି ।
