ବାଲେଶ୍ୱର : ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ବହୁ ଗ୍ରାମ ଜଳବନ୍ଦୀ
ବାଲେଶ୍ୱର : ବାଲେଶ୍ୱର ରାଜଘାଟ ନିକଟରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ଏଠାରେ ବିପଦ ସଂଙ୍କେତ ୧୦.୩୬ ମିଟର ଥିବାବେଳେ ୧୦.୪୧ ମିଟରରେ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା କାଣରୁ ଗାଲିଦିହା ବ୍ୟାରେଜ୍ କର୍ତ୍ତୃପକ୍ଷ ଜଳଭଣ୍ଡାରରୁ ୬୧୦୦ କ୍ୟୁସେକ୍ ଜଳ ଛାଡିବା ପରେ ବନ୍ୟା ପରି ପରିସ୍ଥିତି ଆହୁରି ଭୟଙ୍କର ରୂପ ନେଇଥିଲା। ଏହାର ପ୍ରଭାବରେ ଭୋଗରାଇ ବ୍ଲକ ଅନ୍ତର୍ଗତ ୪୦ ଟି ଗ୍ରାମ ଏବଂ ତଳିଆ ଅଞ୍ଚଳରେ ଅବସ୍ଥିତ ବାଲିଆପାଳ ବ୍ଲକର ୩୦ ଟି ଗ୍ରାମରେ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି ।
ସେପଟେ ବାଲିଆପାଳ ବ୍ଳକ ର ମଧୁପୁରା ପଞ୍ଚାୟତ ଅନ୍ତର୍ଗତ ଚରବସ୍ତକାଳରୁଇ ଏବଂ ଚୌଧୁରୀ କୁଦ ଗ୍ରାମ ଦ୍ବୟ ଗୁରୁବାର ଭୋର ଠାରୁ ବାହ୍ୟ ଜଗତ ଠାରୁ ବିଛିନ୍ନ ହୋଇଯାଇଛି। ଉଭୟ ଗ୍ରାମ ର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏରୁ ଅଧିକ ଜଳ ପ୍ରବାହିତ ହେଉଥିବାରୁ ପିଲାମାନେ ସ୍କୁଲ କୁ ଯିବା ଆସିବା କରି ପାରୁ ନାହାଁନ୍ତି। ସ୍କୁଲ ଖୋଲିବା ପରେ ସ୍ୱଳ୍ପ ଦିନର ପାଠପଢ଼ା ମଧ୍ୟରେ ହେବାକୁ ଥିବା ପରୀକ୍ଷା ଦେବାରୁ ବହୁ ପିଲା ବଞ୍ଚିତ ହୋଇଛନ୍ତି। ବୟସ୍କ ମନେ କଷ୍ଟେ ମଷ୍ଟେ ହାଟ ବଜାର କୁ ଯାଆସା କରୁଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳ ପତନ ଧୀରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବନ୍ୟା ଜଳ ବଢ଼ିଲେ ଶୁକ୍ରବାର କୋଭିଡ୍ ଟୀକା କରଣ ପାଇଁ ସ୍ଲଟ୍ ବୋକ କରିଥିବା ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳ ର ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେର ସମ୍ଭାବନା ରହିଥିବାରୁ ତଳିଆ ଅଞ୍ଚଳର ଲୋକମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ବାଲିଆପାଳ ପ୍ରଶାସନକୁ ନିବେଦନ କରୁଛନ୍ତି। ଅନ୍ୟପକ୍ଷରେ ଜଳକା, ବୁଢ଼ାବଳଙ୍ଗ ଓ ଦୁବର୍ଣ୍ଣରେଖା ନଦୀ ବନ୍ୟା ଯୋଗୁଁ ବସ୍ତା, ସଦର ଓ ରମୁଣା ସମେତ ଭୋଗରାଇ, ବାଲିଆପାଳ, ଜଳେଶ୍ୱର ପ୍ରଭୃତି ବ୍ଲକର ବହୁ ତଳିଆ ଅଞ୍ଚଳ ପାଣିଘେରକୁ ଚାଲିଯାଇଥିବା ଲକ୍ଷ୍ୟ କରାଯାଇଛି । ହଜାର ହଜାର ହେକ୍ଟର ଚାଷ ଜମି ଏବେ ପାଣିରେ ବୁଡ଼ି ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଥିବା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତର ନିକଟତର ହୋଇଥିବା ବେଳେ ଏହାର ପ୍ରଭାବରେ ରେମୁଣା ଓ ସଦର ବ୍ଲକର ଏକାଧକ ତଳିଆ ଗ୍ରାମକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ ଟିମ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିଭଳି ବୁଢ଼ାବଳଙ୍ଗ ନଦୀ ବନ୍ୟାଜଳ ସହରର ତଳି ଅଞ୍ଚଳ ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର ଲୋକଙ୍କୁ ଉଚ୍ଚସ୍ଥାନରେ ରଖାଯାଇ ଉଭୟ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଦୁଇବ୍ଲକ ଓ ପୌରାଞ୍ଚଳର ତଳି ଅଞ୍ଚଳରୁ ଅଦ୍ୟାବଧି ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୭୦ କଚ୍ଚାଘର ନଷ୍ଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
