ଘୁର୍ଣ୍ଣି-ବଳୟ ସକ୍ରିୟ : ଆଜି ସନ୍ଧ୍ୟାରେ ଲଘୁଚାପ, ଆସନ୍ତାକାଲି ଠାରୁ ବଢିବ ବର୍ଷା
ଭୁବନେଶ୍ୱର : ମିଆଁମାର ଉପକୂଳ ତତସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଂଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଉତର-ପଶ୍ଚିମ ଦିଗକୁ ଗତି କରି, ଉତର-ପୂର୍ବ ଏବଂ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ପହଂଚିବ । ଏହାର ପ୍ରଭାବରେ ୨୪ତାରିଖ ସନ୍ଧ୍ୟା ବେଳକୁ, ସମାନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨୫ ତାରିଖରୁ ବର୍ଷା ବଢିବା ସହ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଳାରେ ପ୍ରବଳ ବର୍ଷା ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
