ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ପାରଳାଖେମୁଣ୍ଡିର ବନ ଅଧିକାରୀ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି କ୍ରାଇମ୍ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସେ କହିଛନ୍ତି, ଡିଜିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ସବୁ ଦିଗରୁ ତଦନ୍ତ ଆରମ୍ଭ କରିବ। ସେହିପରି ଏଥିଲାଗି ୬ ଜଣିଆ ସାଇଣ୍ଟିଫିକ ଟିମଙ୍କୁ ଏଥିରେ ନିଯୁକ୍ତି କରାଯିବ। ଏହି ୬ ଜଣିଆ ଫରେନସିକ ଟିମରେ ଫିଜିକ୍ସ, କେମେଷ୍ଟ୍ରି ଟିମ ,ଫିଙ୍ଗରପ୍ରିଣ୍ଟ, ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଫାୟାର ଡିପାର୍ଟମେଣ୍ଟର ଅଫିସରେ ଏହି ଟିମରେ ରହିବେ। କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବ। ଏହି ଘଟଣାରେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଯେଉଁ ଯେଉଁ ଦିଗକୁ ନେଇ ଅଭିଯୋଗ ଆସିଛି, ସେହି ଦିଗରୁ ତଦନ୍ତ କରାଯିବ ବୋଲି ଏଡିଜି କହିଛନ୍ତି।
ସୂଚନା ଯେ, ପାରଳାଖେମୁଣ୍ଡି ଏସିଏଫ୍) ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ମାସେ ପୁରିଛି ତଥାପି ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠାଇ ପାରିନି ଗଜପତି ପୋଲିସ୍ । ଉାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସିବା ସହିତ ସୌମ୍ୟଙ୍କ ପରିବାର ଲୋକ କିଛି ଲୋକଙ୍କ ନାମରେ ସିଧାସଳଖ ଅଭିଯୋଗ ଆଣିବା ପରେ ବି ଏହି ମାମଲାରେ ପୂର୍ଣ୍ଣଛେଦ ପଡିପାରିନି । ଆଜି ଏହି ମାମଲା ଆଉ ଏକ ନୂଆ ମୋଡ ନେଇଛି । ଏସସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ରାଜ୍ୟ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏଣିକି ଏହି ମାମଲାର ତଦନ୍ତ କରିବ ରାଜ୍ୟ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ।
