ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ!
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସ ୨୦୨୦ର ସଫଳତା ପରେ ଏବେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ଏହାମଧ୍ୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ ବା ଆଇସିସି ୨୦୨୮ରେ ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକରେ କ୍ରିକେଟରୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି । ଆଇସିସି ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଏକ ଓ୍ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି । ଏହି ଗ୍ରୁପ୍ ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ନେଇ ଯୋଜନା ପ୍ରସ୍ତୁତ କରିବା ସହ ଏଦିଗରେ କାମ ମଧ୍ୟ କରିବ । ୨୦୨୮,୨୦୩୨ରେ ହେବାକୁ ଥ୍ବି ଅଲିମ୍ପିକରେ କ୍ରିକେଟ ସାମିଲ ହୋଇପାରେ । ଏଠାରେ କହି ରଖୁଛୁ ଯେ, ଦୀର୍ଘ ଦିନ ହେବ ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବା ନେଇ ଦାବି ଉଠୁଛି । ବିସିସିଆଇ ମଧ୍ୟ ଅନେକ ଥର ଏନେଇ ମତ ଦେଇଛି । କ୍ରିକେଟ ସାମିଲ ହେଲେ ଭାରତ ନିଶ୍ଚୟ ଭାଗ ନେବ ବୋଲି ନିକଟରେ ବିସିସିଆଇ କହିଥିଲା ।
ଆଇସିସି ଗଣମାଧ୍ୟମ ଜରିଆରେ ଜଣାଇଛି କି, ୨୦୨୮ରେ ଲସ୍ ଏଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟରୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଏମିତି ହୁଏ ତେବେ ଅଲିମ୍ପିକ୍ସରେ ବି ଚୌକା ଛକା ଦେଖିବାକୁ ମିଳିବ। ଏଥିପାଇଁ ଏକ ଓ୍ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି । ଏହି ଗ୍ରୁପ୍ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ଯୋଜନା ପ୍ରସ୍ତୁତ କରିବା ସହ ଏଦିଗରେ କାମ ମଧ୍ୟ କରିବ । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇପାରେ ବୋଲି ଆଇସିସି ଚ୍ୟାୟାରମ୍ୟାନ ଗ୍ରେଗ୍ ବାର୍କ୍ଲେ ବୟାନ ଦେଇଛନ୍ତି। କ୍ରିକେଟ ଏକ ବଡ଼ ଖେଳ। ଏଥିରେ ଟେଷ୍ଟ, ୱାନଡେ ଓ ଟି-୨୦ ତିନିଟି ପର୍ଯ୍ୟାୟ ରହିଛି। ଟେଷ୍ଟ ୫ଦିନ ଚାଲିଥାଏ। ଏହାକୁ ଅଲିମ୍ପିକ୍ସରେ ସାମିଲ କରିବା ସହଜ ନୁହେଁ। ଯଦି ୫୦ଓଭରର ୱାନଡେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ତେବେ ପାଖାପାଖି ମାସଟେ ଲାଗିଯିବ। ଏମିତିରେ ଅଲିମ୍ପିକ୍ସରେ ଟି-୨୦ ଖେଳା ଯାଇପାରେ। ଟି-୨୦ର ଖେଳ ୫ରୁ ୬ଘଣ୍ଟା ଚାଲିଥାଏ। ଏହାକୁ ଅଲିମ୍ପିକ୍ସରେ ସହଜରେ ସାମିଲ କରାଯାଇ ପାରିବ।
