୧୬ରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ନେଇ ପାରିବେ ବୁଷ୍ଟର୍ ଡୋଜ୍
ନୂଆଦିଲ୍ଲୀ : ଟିକାକରଣକୁ ନେଇ ଖୁସିଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ୧୬ ତାରିଖ ବୁଧବାର ଠାରୁ ଏହି ଟିକାକରଣ ଆରମ୍ଭ ହେବ । ଏଥିସହ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ବୁଷ୍ଟର୍ ଡୋଜ୍ ନେଇ ପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମଣ୍ଡାଭୀୟ ସୂଚନା ଦେଇଛନ୍ତି।
COVID19 vaccination of 12-14-year-olds and 'precaution dose' for all those above 60 years to begin from March 16, says Union Health Minister Dr. Mansukh Mandaviya pic.twitter.com/LMS3CcKUrR
— ANI (@ANI) March 14, 2022
ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହିନ୍ଦୀ ଭାଷାରେ ଟୁଇଟ୍ କରି ସେ ଲେଖିଛନ୍ତି ଯେ, କରୋନା ବିପକ୍ଷ ମୁକାବିଲାରେ ଟିକାକରଣ ସବୁଠୁ ବଡ ଅସ୍ତ୍ର । ତେଣୁ ସମସ୍ତେ ଟିକା ନିଅନ୍ତୁ । ପିଲା ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ। ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷ ବୟସ୍କମାନଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ‘ପ୍ରିକସନ୍ ଡୋଜ୍’ ବା ‘ବୁଷ୍ଟର୍ ଡୋଜ୍’ ଟିକାକରଣ ଆରମ୍ଭ ହେଉଛି। ପିଲାମାନଙ୍କର ଅଭିଭାବକମାନଙ୍କୁ ଓ ୬୦ରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିମାନଙ୍କୁ ମୋର ଅନୁରୋଧ ସେମାନେ ନିଶ୍ଚୟ ଟିକା ନେବାର ବ୍ୟବସ୍ଥା କରନ୍ତୁ।
