କୁରାଢ଼ିଆ ଏବଂ ସାନଧନାଡ଼ୀ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କୁରାଢ଼ିଆ ଏବଂ ସାନଧନାଡ଼ୀ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ତଥା କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହଭାଗିତାରେ ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ କୁରାଢ଼ିହା ଗ୍ରାମପଞ୍ଚାୟତ ସରପଞ୍ଚ ରଶ୍ମିତା ସିଂ ଶିଳାନ୍ୟାସ କରିଛନ୍ତି ।
କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ସଭାପତି ସଦାଶିବ ଜେନା, ନାଏବ ସରପଞ୍ଚ ଗୀତାଞ୍ଜଳି ଧଳ, କାର୍ତିକ ପ୍ରଧାନ, ରାଜକିଶୋର ମହାଳିକ, ନିରଞ୍ଜନ ଧଳ, ପୁରସ୍ତମ ବାରିକ, ସନ୍ତୋଷ ଧଳ, କୁଲୁ ଦାସ, ଆଦିକନ୍ଦ ବେହେରା, ଚନ୍ଦ୍ରକାନ୍ତ ବେହେରା, ରତିକାନ୍ତ ଧଳ, ରବୀନ୍ଦ୍ର ବେହେରା, ସୁଶାନ୍ତ ଧଳ, ମୃତ୍ୟୁଞ୍ଜୟ ଗିରି, ନିରଞ୍ଜନ ବାରିକ, ବିଶ୍ୱନାଥ ଧଳ, ଗଙ୍ଗାନଗର ଦାସ, ପଚା ଗିରି, ସନିଆ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


