କଂଗ୍ରେସର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ିଲେ ୨୦ ପରିବାର
ରୂପସା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତର ବିଜେଡି ଓ ଭାଜପା ଦଳ ଛାଡ଼ି ୨୦ ଜଣ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ବସ୍ତା ସ୍ଥିତ ଗୁପ୍ତା ଭବନରେ ବ୍ଲକ କଂଗ୍ରେସ ସଭାପତି ସତ୍ୟନାରାୟଣ ଗୁପ୍ତାଙ୍କ ସଭାପତିତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।
ନିର୍ବାଚନମଣ୍ଡଳୀ ବରିଷ୍ଠ ନେତା ବିଜନ ନାୟକ ଙ୍କ ଉପସ୍ଥିତିରେ ଉକ୍ତ କର୍ମୀ ଓ ସମର୍ଥକମାନେ ଦଳରେ ଯୋଗ ଦେଇଥିଲେ । ସେମାନଙ୍କୁ ଉପସ୍ଥିତ କଂଗ୍ରେସ ନେତୃତ୍ୱ ମାନେ ପୁଷ୍ପଗୁଚ୍ଛ ଓ କଂଗ୍ରେସ ପତାକା ଦେଇ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ଖବର ପାଇ କଂଗ୍ରେସ ସଂସଦୀୟ ନିର୍ବାଚନ ମଣ୍ଡଳୀ ନେତା ନବଜ୍ୟୋତି ପଟ୍ଟନାୟକ ଓ ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନା, ଜିଲା କିଶାନ କଂଗ୍ରେସ ସଂଯୋଜକ ଜୟନ୍ତ କୁମାର ମହାପାତ୍ର, ପୁର୍ବତନ ସମିତି ସଭ୍ୟ ରବିନ୍ଦ୍ର ଦାସ, ସଦାନନ୍ଦପୁର ପଞ୍ଚାୟତ କଂଗ୍ରେସ ସଭାପତି କମଳ ଲୋଚନ ଜେନା, ଯୁବ ନେତା ଜଗଦୀଶ ସାହୁ, ଅରୁଣ ମଣ୍ଡଳ, ବିଜୟ ସାହୁ, ପରମାନନ୍ଦ ଦାସ, ପତ୍ରଝଡ଼ା ପଞ୍ଚାୟତ ଯୁବ କଂଗ୍ରେସ ସଭାପତି ନାଲୁ ଚରଣ ପୃଷ୍ଟି, ବ୍ଲକ କଂଗ୍ରେସ ଉପ-ସଭାପତି ନରେନ୍ଦ୍ର ଦାସ, ମାନସ ବେହେରା ଭାଗିରଥି ରଣା ଉପସ୍ଥିତ ଥିଲେ । ଶେଷରେ ସାହାଡ଼ା ପଞ୍ଚାୟତର କଂଗ୍ରେସ ଯୁବ ସଭାପତି ପରମାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
