ଅର୍ଚ୍ଚନା ନାଗ ସମ୍ପର୍କରେ ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ
ପୁରୀ : ରାଜ୍ୟରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାରେ ବହୁ ପ୍ରଭାବଶାଳି ନେତା, ଅଧିକାରୀ, ବିଧାୟକ, ବିଲଡ଼ର ସଂପୃକ୍ତି ଥିବାରୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଭାରତୀୟ ଯୁବ କଂଗ୍ରେସ ପୁରୀ ଜିଲ୍ଲା ପକ୍ଷରୁ ଏକ ଦାବିପତ୍ର ଡ଼ିଜିଙ୍କ ଉଦ୍ଦେଶ୍ୟରେ ପୁରୀ ଏସପିଙ୍କୁ ପ୍ରଦାନ କରିଛନ୍ତି । ଏହାସହ କଳାଧନ କାରବାରର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏହି ଘଟଣାର ଫର୍ଦ୍ଦାଫାସ କରିବା ପାଇଁ ଯୁବ କଂଗ୍ରେସ ଦାବି କରିଛି । ଦାବିପତ୍ର ଦେବା ସମୟରେ ପ୍ରେମଜିତ ମହାନ୍ତି, ସ୍ୱାଧୀନ ପଣ୍ଡା, ଶ୍ରୀବତ୍ସ ରଥ, ଆଲୋକ ସାହୁ, ରଜତ ସାହୁ, ସୁଜିତ ମହାପାତ୍ର,କାଳୀପ୍ରସାଦ ନାୟକ, ସ୍କୃତିରଞ୍ଜନ ପତି,ଆଦର୍ଶର୍ ମିଶ୍ର ଅବିନାଶ ମିଶ୍ର ପ୍ରମୁଖ ଯୁବକର୍ମୀମାନେ ଉପସ୍ଥିତ ଥିଲେ ।
