ପାଥେରପୁରୀ ହଷ୍ଟେଲର ସ୍କୃତି ରକ୍ଷା ପାଇଁ ଦାବିପତ୍ର
ପୁରୀ : ବିଶ୍ୱକବି ରବିନ୍ଦ୍ରନାଥ ଟାଗୋରଙ୍କ ସ୍କୃତି ରକ୍ଷା ପାଇଁ ପାଥେରପୁରୀ ହଷ୍ଟେଲର ଉନ୍ନତିକରଣ ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦି ବେଲ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଏ ସମ୍ପର୍କରେ ଅନୁଷ୍ଠାନର କର୍ମକର୍ତା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସାକ୍ଷାତକରି ଟାଗୋରଙ୍କ ସାଧାନ ପୀଠର ସୁରକ୍ଷା ପାଇଁ ଆଲୋଚନା କରିଥିଲେ । ରବିନ୍ଦ୍ରନାଥ ଟାଗୋରଙ୍କ ନାମରେ ହାଇସ୍ଲୁଲ ଖୋଲିବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେଠାରେ ଟାଗୋରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପନ ପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ଦେବା ସମୟରେ ଦି ବେଲ ୟୁଥ ଫୋରମର ସତ୍ୟନାରାୟଣ ସାହୁ, ଓମପ୍ରକାଶ ମହାନ୍ତି, ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା, ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ଆମେ ଶ୍ରୀକ୍ଷେତ୍ରବାସୀର ଶଙ୍କର ପଣ୍ଡା, ଶ୍ରୀସାଇ ଉଦୟଲକ୍ଷ୍ମୀ ଟ୍ରଷ୍ଟର ରାଜକିଶୋର ପାତ୍ର, ଗ୍ରୀନ ଅମ୍ବ୍ରେଲାର ରତିକାନ୍ତ ପ୍ରତିହାରୀ,ସମର୍ପଣର ବ୍ରଜକିଶୋର ସାହୁ, ସଙ୍କଳ୍ପ ଫାଉଣ୍ଡେସନର ସୁଚରିତା ପାଢୀ,ବୋଧିଚକ୍ରର ଉମେଶ ଦାସ, ଦି ମିିିିିରର ସଞ୍ଜୟ ପ୍ରଧାନଙ୍କ ସମେତ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।
