ଏସସିବି ଓପିିଡି ଛାତରୁ ଖସିଲା କଂକ୍ରିଟ
କଟକ : ଆଜି ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହାସାପାତାଳର ସର୍ଜରୀ ବିଭାଗ ଆଉଟଡୋରର ଛାତରୁ କଂକ୍ରିଟ ଖଣ୍ଡ ଖସିପଡିଥିଲା । ଏପରିକି ଛାତରୁ ବଡ ବଡ ଚେକା କଂକ୍ରିଟ ଖସି ସେଠାରେ ରହିଥିବା କମ୍ପ୍ୟୁଟର ଓ କିଛି ଆସବାବପତ୍ର ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଥିଲା । ତେବେ ରୋଗୀମାନେ ଟିକେଟ୍ କାଟିବାକୁ ଆସିଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି । ତେବେ କଂକ୍ରିଟ ଓ ସିଲିଂ ଖସିପଡିବାରୁ କିଛି ସମୟ ପାଇଁ ଟିକେଟ୍ କଟା ବନ୍ଦ ରଖାଯାଇଥିଲା ।
